ଜିଲ୍ଲା ବୋଇତ ବନ୍ଦାଣ ସମିତିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡାର ଏକ ପ୍ରସ୍ତୁତି ବୈଠକ ଗୋପଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ରବିନାରାୟଣ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାଂଗଠନିକ ସମ୍ପାଦକ ସୈାମ୍ୟରଞ୍ଜନ ପଟ୍ଟନାୟକ, ଲୋହିତ କୁମାର ମହାନ୍ତି, ରାଜେନ୍ଦ୍ର ମହାପାତ୍ର, ବିନିରାଣୀ ଖଟୁଆ, ଅମରିନ ସାହାଦତ, ଗୋଲଖ ଚନ୍ଦ୍ର ପଢିଆରୀ, ହିମାଂଶୁ ଦାସ, ସରୋଜ କୁମାର ସାହୁ, କୃପାସିନ୍ଧୁ ମଲିକ, ଦୀନେଶ କୁମାର ବେହେରା, ମହେଶ ପାଢି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୋଇତବନ୍ଦାଣ ଉତ୍ସବ ପାଳନ ଅବସରରେ ଚଳିତମାସ ୨୩ତାରିଖ ରବିବାର ସକାଳ ୧୦ଟାରେ ତୁଳସୀ ମହିଳା କଲେଜରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ସମିତିର ଶ୍ରେଷ୍ଠ ସମ୍ମାନ ବଳଦେବଶ୍ରୀ ସମ୍ମାନ ସହିତ ଦିବଗଂତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସ୍ମୃତିରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଡାକ୍ତର ସରୋଜକାନ୍ତ କାନୁନଗୋ ସ୍ମୃତି ସମ୍ମାନ, ଇନ୍ଦ୍ରମଣି ରାଉତ ସ୍ମୃତି ସମ୍ମାନ, ଭାଗବତ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ, ଗୟାଚାନ୍ଦ ଭୂୟାଁ ସ୍ମୃତି ସମ୍ମାନ, ପୁଲିନ ବିହାରୀ ମହାନ୍ତି ସ୍ମୃତି ସମ୍ମାନ, ସ୍ୱରାଜକେତନ ମଙ୍ଗରାଜ ସ୍ମୃତି ସମ୍ମାନ, ଚଞ୍ଚଳା ସାହୁ ସ୍ମୃତି ସମ୍ମାନ, ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ ଏବଂ ମୀନକେତନ ଦାସ ସ୍ମୃତି ସମ୍ମାନ ପ୍ରଭୃତି ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ