ଜୋନ ସ୍ତରୀୟ ଫୁଟବଲ ପ୍ରତିଯୋଗିତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ଥିବା ବିଭିନ୍ନ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବହୁ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଶିକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଫୁଟବଲ ପ୍ରତିଭା ବିକାଶ ପାଇଁ ପ୍ରଶାସନ ତରଫରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ ଶୁକ୍ରବାର ଜୋନ ସ୍ତରୀୟ ଅନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର ଓ କୁକୁଡ଼ାଖଣ୍ଡି ବ୍ଳକର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଏବିଇଓ ବାଳକୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅପରାହ୍ନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ରମୋହନ ପାଣିଗ୍ରାହୀ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ କୃତି ପ୍ରତିଯୋଗିତାଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଭୁତି ପଟ୍ଟନାୟକ,ଅରୁଣ କୁମାର ସାମନ୍ତ, ବଟକୃଷ୍ଣ ପଣ୍ଡା, ଦୁର୍ଗାମାଧବ ପଣ୍ଡା, ତପନ ପାଣିଗ୍ରାହୀ, ଧିରସମୀର ପାଣିଗ୍ରାହୀ,ସମୀର ବେହେରା,ଜିତେନ୍ଦ୍ର ମହାରଣା, ଚିମନ ସାହୁ,ଶମ୍ଭୁପ୍ରିୟା ରାଉତ, ପୁଷ୍ପାଞ୍ଜଳି ସେଠୀ,ଅମ୍ବିକା ଦାଶ ଓ ପ୍ରଜ୍ଞା ପ୍ରିୟଦର୍ଶିନୀ ପାଣିଗ୍ରାହୀ ପ୍ରମୁଖ କ୍ରୀଡ଼ା ଶିକ୍ଷକ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


