ଅଟୋ ଚାଳକ ଙ୍କ ଆତ୍ମହତ୍ୟା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ ବାଜପୁର ରାଧାମାଧବ ପାଟଣା ଗ୍ରାମର ଆର୍ତ୍ତତ୍ରାଣ ସୁବୁଦ୍ଧିଙ୍କ ପୁଅ ଭାସ୍କର ସୁବୁଦ୍ଧି (୫୨) ଗତକାଲି ବିଳମ୍ବିତ ରାତ୍ରରେ ଦୀର୍ଘଦିନର ପାରିବାରିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟାର ପଥ ବାଛିନେଇଥିବା ଜଣାପଡିଛି l ଭାସ୍କର ପେଷାରେ ଜଣେ ଅଟୋଚାଳକ ହୋଇଥିବା ବେଳେ ଜଣେ ସ୍ପଷ୍ଟବାଦୀ, ମେଳାପୀ ଏବଂ ପରୋପକାରୀ ବ୍ୟକ୍ତିଭାବେ ଅଞ୍ଚଳରେ ଜଣାଶୁଣା ଥିଲେ l ଗତ କିଛିଦିନ ହେବ ସେ ଭାରି ଚୁପଚାପ ରହୁଥିବାବେଳେ ଗତକାଲି ସେ ନିଜ ପିନ୍ଧା ଗାମୁଛାରେ ଝୁଲିପଡ଼ିଥିବା ଖବର ପ୍ରଚାରିତ ହେବାପରେ ଗ୍ରାମରେ ଏବଂ ସାଥି ଅଟୋଚାଳକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା l ଖବର ପାଇ କାକଟପୁର ଥାନା ପୋଲିସ ପକ୍ଷରୁ ଏ ଏସ ଆଇ ରବୀନ୍ଦ୍ର ନାୟକ, କନେଷ୍ଟବଳ ବବ୍ରୁ ବାହାନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ କାକଟପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି l ଥାନା କେଶ ନମ୍ବର ୧୧/୨୨। ଅପରପକ୍ଷରେ ଭାସ୍କରଙ୍କ ଆତ୍ମହତ୍ୟାକୁ ନେଇ ନାନାକଥା ଶୁଣିବାକୁ ମିଳୁଥିବାବେଳେ ତାହାର ପ୍ରକୃତ କାରଣ ଖୋଜି ବାହାର କରିବାପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରିରହିଛି l


