ପୋଖରୀରେ ବୁଡି ଛାତ୍ରର ମୃତ୍ୟୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଦହିପାଳ ଗ୍ରାମର ମାମୁଁ ଘରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ରହି ଗୋଠଦାକୁ ଟିୟୁସନ ଯାଇ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଛାତ୍ରର ମାମୁଁ ମକରଧ୍ୱଜ ବେହେରା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବାଲିକୁଦା ଥାନା ଅଧିନ ମାଛଗାଁ ଗାଁର ଆଲୋକ ଫାରୁକଙ୍କ ଏକମାତ୍ର ପୁଅ ଆନନ୍ଦ(୧୨) ନିଜ ମାମୁଁ ଘର ଦହିପାଳରେ ଗତ ଏକ ମାସ ହେବ ରହି ଟିୟୁସନ ହେଉଥିଲେ । ପ୍ରତିଦିନ ପରି ସୋମବାର ଆନନ୍ଦ ଗୋଠଦା ଗାଁକୁ ଟିୟୁସନ ହେବାକୁ ଯାଇ ଦୀର୍ଘ ସମୟ ହେବ ନ ଫେରିବାରୁ ମାମୁଁଘର ପକ୍ଷରୁ ଖୋଜାଖୋଜି କରିଥିଲେ । ଖୋଜିବା ସମୟରେ ଅରିଓଦା ଗାଁମୁଣ୍ଡ ଜୟଦୁର୍ଗା ପୋଖରୀରେ ସାଇକେଲ,ବ୍ୟାଗ ସହ ପିଲାକୁ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ନାଉଗାଁ ଥାନା ଆଇଆଇସି ଅନିରୁଦ୍ଧ ନାୟକ ସୂଚନା ପାଇଁ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିଥିଲେ । ପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଆନନ୍ଦ ନିକଟସ୍ଥ ମାଛଗାଁ ନିକଟସ୍ଥ ଓଚିନ୍ଦା ଉଚ୍ଚବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠପଢୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ