ନାଉଗାଁ ବ୍ଳକରେ ବିଜେଡିର ଜନସଂପର୍କ ପଦଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ମଙ୍ଗଳବାର ବିଜେଡି ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅଲଣା ପଂଚାୟତରୁ ଆରମ୍ଭ ହୋଇଛି । ଜଗତସିଂହପୁର ବିଧାୟକ ତଥା ସରକାର ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ଅଲଣା ପଂଚାୟତର ନୂଆପାଟଣା ଛକରୁ ଆରମ୍ଭ ହୋଇ ଅଲଣା, ନହଡିପଡା, ମୁଣ୍ଡାଳୋ ବଜାର, ମଧୁପୁର ଦେଇ ବାଲି ବାଲୁକେଶ୍ୱର ମହାଦେବ ପୀଠରେ ପହଁଚିଥିଲା । ସେଠାରେ ଉକ୍ତ ପଦଯାତ୍ରା ପହଂଚିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବିଧାୟକ ମୁଦୁଲିଙ୍କ ସମେତ ନାଉଗାଁ ବ୍ଲକ ଜୋନ-୧ର ଜିଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଜିଲ୍ଲା ବିଜେଡି ଉପସଭାପତି ନଟବର ପ୍ରଧାନ, ବିଜେଡି ବ୍ଲକ ସାଧାରଣ ସଂପାଦକ ମନ୍ମଥ ଓଝା, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ସମିତି ସଭ୍ୟା ସାଗରିକା ଦାସ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖି ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ପ୍ରତ୍ୟେକ ଯୋଜନା କିପରି ଗାଁ ଗହଳିର ସମସ୍ତ ଜନସାଧାରଣମାନଙ୍କ ନିକଟରେ ପହଂଚିପାରିବ ସେ କ୍ଷେତ୍ରରେ ସମସ୍ତ କର୍ମୀ ଆଗ୍ରହର ସହ କାର୍ଯ୍ୟ କରିବାକୁ ବିଧାୟକ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ପଦଯାତ୍ରାରେ ବିଜେଡି ଅଲଣା ପଂଚାୟତ ସଭାପତି ବିଜୟ କୁମାର ପରିଡା, କୋରୁଅ ପୂର୍ବତନ ସରପଂଚ ଅରଣ୍ୟ ନାୟକ, ବ୍ଲକ ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା, ଅଲଣା ପଂଚାୟତ ଯୁବ ସଭାପତି ସଂଜୟ ନାୟକ, ହରପ୍ରସାଦ ମହାନ୍ତି, ତ୍ରିଲୋଚନ ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ