ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଯୁବକ ଉଦ୍ଧାର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୀର ଧନଞ୍ଜୟ ପୁର ଗ୍ରାମର ଚନ୍ଦନ ପୋଖରୀର ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ହରି ଶରଣ ପୁର ଗ୍ରାମର ଲମ୍ବୋଦର ମିଶ୍ରଙ୍କ ପୁଅ ବାସୁଦେବ ମିଶ୍ର। ସ୍ବର୍ଗତ ବାସୁଦେବ ମିଶ୍ର ଆଜକୁ ଦୁଇଦିନ ଧରି ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ ବାସୁଦେବଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ବୀର ଧନଞ୍ଜୟ ପୁର ଗ୍ରାମ ନିକଟସ୍ଥ ଚନ୍ଦନ ପୋଖରି ପାଣିରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଭାସୁଥିବା ନେଇ ଅକ୍ଟୋବର ୧୮ ତାରିଖ ସକାଳେ କିଛି ଲୋକ ଦେଖିବାକୁ ପାଇଥିଲେ। ଘଟଣା ବିଷୟରେ ବୁଗୁଡା ଦମକଳ ବାହିନୀ ଓ ବୁଗୁଡା ପୋଲିସ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ବୁଗୁଡା ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ପାଣିରୁ ମୃତ ଦେହ ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକେ ବାସୁଦେବ ମିଶ୍ର ବୋଲି ଚିହ୍ନଟ କରିଥିଲେ। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ବାସୁଦେବ ବୋଲି ଚିହ୍ନିଟ କରିଥିଲେ । ଯୁବକଙ୍କ ମୃତ ଦେହକୁ ବୁଗୁଡା ପୋଲିସ୍ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ଯବଛେଦ ପାଇଁ ପଠାଇଥିଲେ। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୁତ୍ଯୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ