ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ଼ ଦ୍ଵାରା ନିଯୁକ୍ତି ପାଇଥିବା ୨୨୦ ଜଣ କଳାହାଣ୍ଡି ଛାତ୍ରୀଙ୍କ ହୋସୁର ଗସ୍ତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଛାତ୍ରୀଙ୍କ ତାମିଲନାଡୁ ଜିଲ୍ଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସକାଳ ୮.୦୦ଘ ସମୟରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ନେଇ ଯାଉଥିବା ୫ ଟି ବସ କୁ ପତାକା ଦେଖାଇ ଶୁଭ କାମନା କରିଥିଲେ। ରାଜ୍ୟ ସରକାର ସହଯୋଗ ତଥା ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରଥମ କରି ଏତେ ସଂଖ୍ୟକ ଛାତ୍ରୀ ନିଯୁକ୍ତି ପାଇବା ଆମ ପାଇଁ ଖୁସି ର ଖବର। ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବି ଡି ଓ ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ଆଇ ଟି ଆଇ ରେ ପହଞ୍ଚିଥିଲେ।ବସରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟ ପହଞ୍ଚି ସେଠାରୁ ବାଙ୍ଗାଲୋର ଯାଇ ପହଞ୍ଚିବେ। ଛାତ୍ରୀମାନଙ୍କ ରହିବା,ଖାଇବା ଓ ଅନ୍ୟାନ୍ୟ ସୁବିଧା କରିବା ପାଇଁ ଜିଲ୍ଲା ନିୟୋଜନ ସଂସ୍ଥା ରୁ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ତଥା ଅନ୍ୟ ଷ୍ଟାଫ ଦୁଇ ଦିନ ହୋସୁର ରେ ଅବସ୍ଥାନ କରିବେ। ଲାଞ୍ଜିଗଡ଼ ତଥା ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଲରୁ ଅନେକ ଆଦିବାସୀ ଝିଅ ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ହୋସୁର ଯାଉଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ଶ୍ରୀ ସଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଡି ପି ଏମ, ଓ ଏଲ୍ ଏମ ଶ୍ରୀ ପ୍ରଶାନ୍ତ ମିଶ୍ର, ଏ ପି ଡି ଶ୍ରୀ ବିମ୍ବାଧର ସାହୁ ଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ