ନଅବର୍ଷ ରେ ନଅଥର ବାତ୍ୟା
ନିମାପଡ଼ା, (ସନ୍ତୋଷ ଦାଶ):ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେବାର ଆଶଙ୍କା ରହିଛି ।ଏହା କେଉଁ ଉପକୂଳ ଅଞ୍ଚଳ ଦେଇ ଅତିକ୍ରମ କରିବ ପାଣିପାଗ ବିଭାଗ ଅଦ୍ୟାବଧି ସ୍ପଷ୍ଟ କରିନଥିବା ବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ଉପକୂଳବର୍ତ୍ତି ଅଧିବାସୀମାନେ ଆତଙ୍କିତ ହୋଇ ପଡିଛନ୍ତି ।ଗତ ୨୯୧୩ ମସିହା ଠାରୁ ୨୦୨୧ ମସିହା ନଅବର୍ଷ ମଧ୍ୟରେ ଓଡ଼ିଶା ଉପକୂଳ ଅଞ୍ଚଳ ରେ ନଅ ଥର ବାତ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ୨୦୧୩ମସିହା ଅକ୍ଟୋବର ୧୨ତାରିଖରେ ଫାଇଲିନ, ୨୦୧୪ ମସିହା ରେ ହୁଡୁହୁଡୁ,୨୦୧୮ ମସିହାରେ ତିତିଲି , ।୨୦୧୯ମସିହା ମେ ମାସ ୩ ତାରିଖରେ ଫନି ,ସେହି ବର୍ଷ ନଭେମ୍ବର ୭ ତାରିଖରେ ସାମୁଦ୍ରିକ ବାତ୍ୟା ବୁଲବୁଲ ହୋଇଥିଲା ।୨୦୨୦ ମେ ମାସ ୧୬ ତାରିଖରେ ଅମ୍ଫନ୍,୨୦୨୧ମେ ମାସ ୨୫ ରେ ୟାଶ ,ଓ ଦାଉଦ୍, ୨୦୨୧ ସେପ୍ଟେମ୍ବର ମାସ ରେ ଗୁଲାବ , ସେହି ବର୍ଷ ଡିସେମ୍ବର ମାସରେ ଜୱାଦ ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ନାହିଁ ନା ଥିବା କ୍ଷୟକ୍ଷତି ହୋଇଥିଲା ।ଚଳିତ ବର୍ଷ ପୁଣି ଅକ୍ଟୋବର ମାସ ୨୩/୨୪ ରେ ଏକ ବାତ୍ୟା ଯାହାର ନାମ ହେବାର ଆଶଙ୍କା ରହିଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।ଚଳିତ ବର୍ଷ ବନ୍ୟା ଦ୍ଵାରା ପୁରୀ ଜିଲ୍ଲାରେ ବ୍ୟାପକ ଫସଲ ହାନି ଘଟିଛି ।ଯଦି ଏହି ବାତ୍ୟା ହୁଏ ତେବେ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା କୁ ଏଡାଇ ଦିଆଯାଇନପାରେ ବୋଲି ଚାଷୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।ସମ୍ଭାବ୍ୟ ବାତ୍ୟା କୁ ଆଖି ଆଗରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା ବେଳେ ବ୍ଲକ, ତହସିଲ, କୃଷି, ପାନୀୟଜଳ, ବିଦ୍ୟୁତ , ଦମକଳ ବିଭାଗ କର୍ମଚାରୀ ମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପୁଣି ଥରେ ବାତ୍ୟା ହେଲେ ଉପକୂଳବର୍ତ୍ତି ଅଞ୍ଚଳବାସୀ ଙ୍କ ଆର୍ଥିକ ମେରୁଦଣ୍ଡ
ଭାଙ୍ଗିପଡ଼ିବ ଏଥିରେ ସନ୍ଦେହ ନାହିଁ।


