ନିମାପଡ଼ା ପ୍ରିମିୟର ଲିଗ ଫୁଟବଲ ୬- ୧ ଗୋଲ ରେ ନିମାପଡ଼ା ବିଜୟୀ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ପରଷ୍ପରକୁ ଭେଟି ଥିଲେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ଏବଂ ଝାମ୍ପୁଲାକୁଦ।ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ୬-୧ ରେ ଝାମ୍ପୁଲାକୁଦକୁ ପରାସ୍ତ କରିଥିଲେ।ଆଜି ଖେଳକୁ ନିର୍ମଳ ମିଶ୍ର,ସମର ବରାଳ,ସତ୍ୟଜିତ ଆଚାର୍ଯ୍ୟ ଓ ପଦ୍ମ ଚରଣ ପାଣିଗ୍ରାହୀ ପରିଚାଳନା କରିଥିଲେ।ଆସନ୍ତା କାଲି ନୟାହାଟର ଜୁଭେନାଇଲ କ୍ଲବ ଓ ନିମାପଡ଼ା ହାଇସ୍କୁଲ ମଧ୍ୟରେ ଖେଳ ହେବ ବୋଲି ଆସୋସିଏସନ୍ ସଂପାଦକ ଜୀବନାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି।


