୭୦ ଗ୍ରାମ ବ୍ରାଉନ ସୁଗାର ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ଅବକାରୀ ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନସ୍ଥ ତୁଳସୀପୁର ଛକରୁ କୁସୁମଠେଙ୍ଗକୁ ପଡ଼ିଥିବା ରାସ୍ତାରେ ଥିବା ଜୟଦୁର୍ଗା କଲ୍ୟାଣ ମଣ୍ଡପ ନିକଟରେ ଚଢ଼ାଉକରି ୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତ ସେଖ. ଆଜିଯୁଲ (୩୪) ଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତ ରେ ଜିଲ୍ଲା ସଦର ରେଞ୍ଜ ରେ ଏକ କେସ ନଂ -୫୫/୨୨-୨୩ ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯାଇଛି। ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର କରି କୋଟ ତାଙ୍କୁ ନିମାପଡ଼ା ଉପକାରାଗାରକୁ ପଠାଇ ଦେଇଛନ୍ତି।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି।ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ବିନୋଦ କୁମାର ବାସ୍କେ , ଏ.ଏସ. ଆଇ ଶ୍ରୀ ମାନସ ମିଶ୍ର, ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, କର୍ମଚାରୀ ଶ୍ରୀ ସଞ୍ଜୀବ ହସ୍ତି, ସେକ ୱାରିସ, ପ୍ରବୀଣ ବିରାଜ କିରୋ, ଅଭିଜିତ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗ ଡୁଙ୍ଗ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।


