ପଂଚାୟତ ସ୍ତରୀୟ ପରିବର୍ତନ ମେଳା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ପଂଚାୟତ ସମିତି ଆୟୋଜନରେ ସିନ୍ଦ୍ରିଗାଁ ପଂଚାୟତ ଦୁର୍ଗମ ଅଂଚଳ କିଲୁଗାଁ ଠାରେ ପଂଚାୟତ ସ୍ତରୀୟ ପରିବର୍ତନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପରିବର୍ତନ ମେଳା ପରମପାଙ୍ଗା ପଂଚାୟତ ଓ ଦଡକଙ୍ଗିଆ ପଂଚାୟତକୁ ନେଇ ହୋଇଛି ।ଉକ୍ତ କାର୍ଯ୍ୟକ୍ରମକୁ ଅତିଥି ଭାବେ ବିଡିଓ ବାଲିଗୁଡା ଶଶାଙ୍କ ଶେଖର ପାତ୍ର ,ଡିପିଏମ ଓଏଲଏମର ନୋଡାଲ ଅଫିସର ସନ୍ତୋଷ କୁମାର ରଥ, ,ବ୍ଲକ ଅଧକ୍ଷା ମିଶାବତୀ ମଳିକ ସିନ୍ଦ୍ରିଗାଁ ସରପଂଚ ରଘୁନାଥ ମଳିକ,ପ୍ରମୁଖ ମଂଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମାଂଚଳ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଯୋଜନାଉପରେ ଲୋକଙ୍କୁ ବୁଝାଇବା ସହ ଲୋକେ କିଭଳି ସହଜ ଉପାୟରେ ଯୋଜନା ଉପରେ ଜାି ପାରିବେ ଓ ସବୁ ଯୋଜନାର ସୁବିଧା ଉଠାଇପାରିବେ ଏବଂ ଆପ୍ଲାଏ କରିପାରିବେ ତାରି ଉପରେ ବିଡିଓ ସମସ୍ତ ଜନସାଧାରଣଙ୍କୁ ଆଲୋପାତ କରାଇଥିଲେ । ଏମଜିଏନଆଇଜିଏରେ ଲୋକ କିଭଳି କାମ ପାଇବେ,ଭତା କିଭଳି ପାଇବେ,ଜଳଛାୟା ପ୍ରକଳ୍ପର କିଭଳି ସୁବିଧା ।କୃଷି ବିଭାଗ,ମତ୍ସ ବିଭାଗ,ଜଳଛାୟା ବିଭାଗ,ଉଦ୍ୟାନ ବିବାଗ ଆଦି ସବି ବିଭାଗ ମାନ ଷ୍ଟଲ କରିଯେ୍ାଜନା ମାନ ପରିବେଷଣ କରିଥିଲେ । ଏଥିରେ ବ୍ଲକର କର୍ମଚାରୀ ମାନେ ନିୟୋଜିତ ହୋଇ ସହଯୋଗ କରିଥିଲେ । ପ୍ରତ୍ୟେକ ମାସରେ ବିଭିନ୍ନ ପଂଚାୟତରେ ଏହି କାର୍ଯ୍ୟକ୍ରମ କରାଯିବ ।


