ଗୁଳିକାଣ୍ଡରେ ଯୁବକ ଗୁରୁତର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଆର୍ତ୍ତକବିରାଜ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡରେ ପୁଲିସ ଜଣକୁ ଗିରଫ କରିଛି । ଗିରଫ ଯୁବକ ଟାଉନଥାନା ଅନ୍ତର୍ଗତ ଆକତପୁର ଅଞ୍ଚଳ ରାମ ଉମେଶ ଚୌଧୁରୀଙ୍କ ପୁତ୍ର ସୁଜିତ ଓରଫ ସୁଜଲ ଚୌଧୁରୀ (୨୪) । ଅନ୍ୟପକ୍ଷରେ ଗୁଳିକାଣ୍ଡରେ ଗୁରୁତର ଆର୍ତ୍ତକବିରାଜ ଅଞ୍ଚଳର ଯୁବକ ଭୀମ ଦାସଙ୍କ ପୁତ୍ର କମଳ କୁମାର ଦାସଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ କମଲ ସାଙ୍ଗମାନଙ୍କ ସହ ସିଟି ପଡ଼ିଆରେ ଖଟି କରୁଥିବା ବେଳେ ସେଠାରେ ସୁଜଲ ପହଞ୍ଚି କମଲ ଉପରକୁ ଗୋଟିଏ ଗୁଳି ଫୁଟାଇଥିଲା । ଗୁଳି କମଳର ଆଖିରେ ବାଜିଥିଲା । ତେବେ ଏହି ଘଟଣାରେ କମଲର ଭଉଣୀ ରେମୁଣା ଅଞ୍ଚଳର ପ୍ରଭାତ କୁମାର ଦାସଙ୍କ ପତ୍ନୀ ସିମରନ ଦାସଙ୍କ ଏତଲା କ୍ରମେ ଟାଉନ ଥାନା ପୁଲିସ ୨୪୬/୨୨ ନଂର ମାମଲା ରୁଜୁ ସହ ଅଭିଯୁକ୍ତ ସୁଜଳକୁ ଗିରଫ କରିଛି । ତା’ଠାରୁ ଗୋଟିଏ ଏଡିଟିଓ ପିସ୍ତଲ(୧୦୫୩), ଗୋଟିଏ ମ୍ୟାଗଜିନ ଓ ଗୋଟିଏ ଫୁଟା ଗୁଳି କଭର(ଖୋକା) ପୁଲିସ ଜବତ କରିଛି । ତେବେ ଏହି ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ବି ପୂର୍ବ ଶତ୍ରୁତାରୁ ହୋଇଥିବା ପୁଲିସ ଅନୁମାନ କରିଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ