ତୁଳସୀ ସଂସ୍କୃତ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନରେନ୍ଦ୍ରପୁରସ୍ଥିତ ତୁଳସୀ ସଂସ୍କୃତ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।ନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ପଣ୍ଡିତ ସୁବାସ ଚନ୍ଦ୍ର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଭାପତି ଧ୍ରୁବ ଚରଣ ପଣ୍ଡା୨୫ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟଙ୍କ ପ୍ରତିନିଧି ମାଧବାନନ୍ଦ ପାତ୍ର, କୁହୁଡି ପଞ୍ଚାୟତ ସରପଞ୍ଚ ପ୍ରଭାତରଞ୍ଜନ ଦାସ, ସମିତିସଭ୍ୟାଙ୍କ ପ୍ରତିନିଧି ସୁରେଶ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷର ଚାରା ରୋପଣ କରି ତାହାର ସୁରକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବଉଳ, ଓଲଟ ଦେବଦାରୁ, ଅଶୋକ, ବେଲ, କଦମ୍ବ, ପେସ୍ତା ବାଦାମ, ଲେମ୍ବୁ, ଅଁଳା, ନଡିଆ ପ୍ରଭୃତି ବୃକ୍ଷର ଚାରା ରୋପଣ କରାଯାଇଥିଲା । ଶିକ୍ଷକ ପ୍ରମୋଦ କୁମାର ଦାସ, ଅର୍ଯ୍ୟଯାମି ପଲାଇ, ଶିକ୍ଷୟତ୍ରୀ କନକଲତା ଷଡଙ୍ଗୀ, ସୁଲୋଚନା ସ୍ୱାଇଁ, ଚିନ୍ମୟୀ ପରିଡା, ଶିକ୍ଷା କର୍ମଚାରୀ ଅନାଦି ମହାରଣା, ରେବତୀ ନାୟକ, ବବିତା ପଲାଇ, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ