କଂସାର – ସାହାସପୁର ସରକାରୀ ହାଇସ୍କୁଲରେ ବୃକ୍ଷରୋପଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର-ସାହାସପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦାରୁ ପାଇଁ ଗଛ ଟିଏ ସଚେତନତା କାର୍ଯ୍ୟକ୍ରମ ସହିତ ବିଭିନ୍ନ ଫୁଲ ଓ ଫଳ ଗଛର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ପାଥ ଟୁ ଇଣ୍ଡିଭିଜୁଆଲ ସୋସିଆଲ ରେସପନସିବିଲିଟି’ ଓ କେନ୍ଦ୍ରାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ସହଯୋଗରେ କଂସାର-ସାହାସପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ.ବି.ଆଇ. ମୁଖ୍ୟ ଶାଖାର ପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟ, ମୁମ୍ବାଇସ୍ଥିତ ଟେକ ମହିନ୍ଦ୍ରାର ବୈଜ୍ଞାନିକ ଧର୍ମେନ୍ଦ୍ର କର, କଂସାର-ସାହାସପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସଭାପତି ତଥା ବିଦ୍ୟାଳୟର ପ୍ରଥମ ବ୍ୟାଚର ପ୍ରଥମ ଛାତ୍ର ଫକିର ଚରଣ ଖଟୁଆ, କଂସାର ସରପଞ୍ଚ ସରୋଜିନୀ ନାୟକ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ, ଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଜଦି କି ଅମୃତ ମହୋତ୍ସବ ପାଳନ ଅବସରରେ “ଦାରୁ ପାଇଁ ଗଛ ଟିଏ, ମୋ ପରିବେଶ ମୋ ଦାୟୀତ୍ୱ, ମୋ ବାପା, ମୋ ବୋଉ ଭଳି ମୋ ଗଛ ଏବଂ ସବୁଜିମା ସୃଷ୍ଟିକରି ପରିବେଶର ସୁରକ୍ଷା କରିବା ମୋର କର୍ତ୍ତବ୍ୟ ବୋଲି” ସଚେତନ କରାଇଥିଲେ । ଏଥିସହିତ ବିଦ୍ୟାଳୟ ପରିସରରେ କାଜୁ, ଆମ୍ବ, ପଣଷ ସମେତ ବିଭିନ୍ନ ଫୁଲଗଛର ୩ଶହ ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିରଞ୍ଜନ ପରିଡା, ଅମୀୟ ସେଠୀ, ଗଜେନ୍ଦ୍ର ପରିଡା, କ୍ଷିତିଶ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ପ୍ରକୃତି ଓ ପରିବେଶର ସୁରକ୍ଷା ନିମନ୍ତେ ଏହି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଇ ଭାରତୀୟ ଷ୍ଟେଟବ୍ୟାଙ୍କର ୫୦ କୋଟି ଗ୍ରାହାକଙ୍କ ମଧ୍ୟରୁ ଅନୁନ୍ୟ ୫କୋଟି ଗ୍ରାହକଙ୍କୁ ଏସମ୍ପର୍କରେ ସଚେତନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ପ୍ରତି ବିଦ୍ୟାଳୟରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯିବ ବୋଲି ଉଭୟ ଶ୍ରୀ କର ଓ ଶ୍ରୀ ଗ୍ରହାଚାର୍ଯ୍ୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ