ଆରାଧନା ପକ୍ଷରୁ ଗୋଟିପୁଅ ନୃତ୍ୟ ଉତ୍ସବ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ଆରାଧନା ଡ଼୍ୟାନ୍ସ ଏକାଡ଼େମୀ’ ତରଫରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ୧୦ମ ଗୋଟିପୁଅ ନୃତ୍ୟ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ତ୍ରିଲୋଚନ ବରାଳ, ସଂସ୍କୃତିପ୍ରେମୀ ଡଃ ଏଲ୍.ଏନ୍. ଅଗ୍ରୱାଲ, ବିସିଓର ମୁଖ୍ୟ ବିପିନ ବହାରୀ ସାହୁ, ହେଲ୍ଥ ଅନ ଟପ୍ର ମୁଖ୍ୟ ଗୌରବ ରୋଲନ, ଅନୁଷ୍ଠାନର ସଭାପତି ଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟ, ସମ୍ପାଦକ ଗୁର ଚିତ୍ରସେନ ସ୍ୱାଇଁ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସମସ୍ତ ଅତିଥି ଗୋଟିପୁଅ ନୃତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଆଲୋଚନା କରି ସନ୍ଧ୍ୟାକୁ ଉଜ୍ଜିବୀତ କରିଥିଲେ । ଏହି ଅବସରରେ ଗୁରୁ ଲିଙ୍ଗରାଜ ବାରିକ, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ, ଗୁରୁ ସତ୍ୟପ୍ରିୟ ପଲାଇ, ଗୁରୁ ମାଗୁଣି ଜେନାଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାତଃ ଅଧବେଶନ ଆଲୋଚନାଚକ୍ରରେ ଗୁରୁ ଗୋବିନ୍ଦ ପାଲ, ଗୁରୁ ଲିଙ୍ଗରାଜ ବାରିକ, ଗୁରୁ ମାଗୁଣି ଜେନା, ଗୁରୁ ଭାଗିରଥି ମହାପାତ୍ର, ଗୁରୁ ସତ୍ୟପୀର ପଲାଇ, ଗୁରୁ ବାବୁଲି ଭୂୟାଁ, ଗୁରୁ ବସନ୍ତ ମହାରଣା, ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ବିଜୟ କୁମାର ସାହୁ, ପ୍ରମୁଖ ଯୋଗଦାନ କରି ଗୋଟିପୁଅ ନୃତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଗୁରୁ ଚିତ୍ରସେନ ସ୍ୱାଇଙ୍କ ତତ୍ତ୍ୱାବଧାନରେ ଏ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଉକ୍ତ ସନ୍ଧ୍ୟାରେ ନକ୍ଷତ୍ର ଗୁରୁକୁଳ (ଭୁବନେଶ୍ୱର), ନାରାୟଣୀ ଗୋଟିପୁଅ କଳା ପରିଷଦ, ଚନ୍ଦ୍ରଶେଖର ଗୋଟିପୁଅ କଳା ସଂସଦ ପ୍ରମୁଖ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ।


