ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୂରମା ମହାପାତ୍ର, ଡେପୁଟୀ କଲେକ୍ଟର(ଜରୁରୀ) ଅନନ୍ୟା ତ୍ରିପାଠୀ, ଓସଡମାର ଜିଲ୍ଲା ସଂଯୋଜକ ଜଗଦିଶ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହନେଚର୍ସ କ୍ଲବର ସଭାପତି ବିରଜା ପତି, ରେସୱାର ସଂଗଠନର ମୀନତି ମହାରଣା, ଭାରତ ଅନୁଷ୍ଠାନର ଉଦୟନାଥ ବେହେରା, କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ,ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ, ପୈାର ପରିଷଦର କ୍ଷୀରୋଦ ଚନ୍ଦ୍ର ପାତ୍ର, ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆସନ୍ତା ୨୯ତାରିଖରେ ପାଳନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରଶମନ ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ଆଲୋଚନା କରାଯାଇଥିଲା । ସେଦିନ ପ୍ରାତଃ ସାଢେ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହେବ ଓ ସକାଳ ୧୦ଟା ସମୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସ୍ୱେଛାସେବୀ ଅନୁଷ୍ଠାନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ