ପରାଗ ବେଳେ ହେତୁବାଦୀଙ୍କ ବିଧର୍ମୀ କାର୍ଯ୍ୟକୁ ବଳଦେବ ସେନା ଓ ସେବାୟତଙ୍କ ବିରୋଧ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ସେବାୟତ ଓ ବଳଦେବ ସେନାର ମିଳିତ ସହଯୋଗରେ ସୂର୍ଯ୍ୟପରାଗ ସମୟରେ ପାକନୀତି ନିଷିଦ୍ଧ ଥିବାବେଳେ ସର୍ବସମ୍ମୁଖରେ ଆମିଷ ଭୋଜନ କରି ହିନ୍ଦୁ ଧର୍ମକୁ ଉପହାସ କରିବା ଘଟଣାକୁ ନେଇ ଦୃଢ ନିନ୍ଦା କରାଯିବା ସହ ଶୁକ୍ରବାର ଶ୍ରୀବଳଦେବଜୀୟୁଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ହେତୁବାଦୀଙ୍କ କୁଶପୂତ୍ତଳିକା ଦାହ କରାଯାଇଥିଲା । ଯଦି ଆଗାମୀ ଦିନରେ ହେତୁବାଦୀମାନେ ଏଭଳି କାର୍ଯ୍ୟ କରନ୍ତି ତେବେ ସେବାୟତ ଓ ବଳଦେବସେନା ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବାୟତ ନୃସିଂହ ପତ୍ରୀ, ଜ୍ୟୋତିରଞ୍ଜନ ପତ୍ରୀ, ସୁରେଶ ପତ୍ରୀ, ରବିନ୍ଦ୍ର ସୁଆର, ରଞ୍ଜନ ସୁଆର, ନିରଞ୍ଜନ ସୁଆର, ଧର୍ମଦର୍ଶୀ କର, ପ୍ରମୋଦ କର, ପୁପୁନ ସ୍ୱାଇଁ, ଶଶିକାନ୍ତ ସୁଆର, ମହେଶ୍ୱର ପତ୍ରୀ, ନିରଞ୍ଜନ ମେକାପ, ଗଣେଷ ପତ୍ରୀ, କାର୍ତ୍ତୀକ ସୁଆର, ହରିଚନ୍ଦନ ସୁଆର, ହୃଷିକେଶ ପତ୍ରୀ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ