ବ୍ୟବସାୟୀଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର କାକଟସ୍ଥିତ ଇନ୍ଦିରା ଶାଢୀ ଦୋକାନର ମାଲିକ ତଥା ଚାଟରାପାଟଣା ଗ୍ରାମର ନୃସିଂହ ଚରଣ ପାଣି(ବାବୁନି)ଙ୍କର ୫୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ପିଡିତ ଥିଲେ । ଶୁକ୍ରବାର ତାଙ୍କୁ କଟକକୁ ଅଧିକ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଜଗତପୁର ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମର ଶରୀରକୁ କେନ୍ଦ୍ରାପଡାସ୍ଥିତ ବାସଭବନକୁ ଅଣାଯିବା ପରେ ନଗରପାଳ ସରିତା ସାହୁ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ସୁକୁମାର ଦାସ, ପ୍ରଭାଶିଷ ପଣ୍ଡା, ବିଜୟ ଅଗ୍ରୱାଲ, ରଞ୍ଜିତ ସାହୁ, ମନୋଜ ମର୍ଦ୍ଦରାଜ, ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡାଙ୍କ ସମେତ ସହରର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ କାକଟର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ