କବି ଶରତଚନ୍ଦ୍ର ରଥଙ୍କ ସ୍ମୃତିସଭା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଯୁବ କବି ତଥା ଗୋବରା ସମ୍ବାଦ ସାହିତ୍ୟ ଘର ସଦସ୍ୟ ଶରତଚନ୍ଦ୍ର ରଥଙ୍କ ଇହଲୀଳା ସମ୍ବରଣର ଚତୁର୍ଦ୍ଦଶ ଦିବସରେ ଗୋବରା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି I ସମାଜସେବୀ ଶିବରାମ ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ତଥା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଘୁମୁସର ବୈଦ୍ୟ ସଂଘ ସଭାପତି ଗୋପାଳକୃଷ୍ଣ ପତି, ବୈଦ୍ୟ ସଂଘ ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ,ବିଞ୍ଚଣା ସରସ୍ଵତୀ ମଡ଼େଲ୍ ଇଁରାଜୀ ମାଧ୍ୟମ ବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ କୁମାର ଡାକୁଆ, କବି ବନମାଳୀ ଲେଙ୍କାଙ୍କ ସମେତ ବୈଦ୍ୟ ସଂଘର ସଦସ୍ୟ ମାନେ ଯୋଗ ଦେଇ ସ୍ୱର୍ଗତ ରଥଙ୍କ ସ୍ମୃତି ଚାରଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା,ଶିକ୍ଷକ ଦୈତାରୀ ମହାରଣା, ଶିଶିର କୁମାର ସ୍ୱାଇଁ,ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା, କବିରାଜ ପରିଡ଼ା ପ୍ରମୁଖ ସ୍ଵର୍ଗତ ରଥ ସମାଜ ପାଇଁ କରିଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଗୁରୁ ରାଜେନ୍ଦ୍ର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜଭୂମି ଭଜନ ସନ୍ଧ୍ୟାର କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ I କବି ବନମାଳୀ ଲେଙ୍କା,ଜଗତ ମୋହନ ରଥ ଏବଂ ଚନ୍ଦ୍ରମଣି ଲେଙ୍କା ସ୍ଵରଚିତ କବିତା ପାଠ କରିଥିଲେ I କାର୍ଯ୍ୟକ୍ରମରେ ସରସ୍ଵତୀ ମଡ଼େଲ୍ ଇଁରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାଣିକ ବଳ, ଶିକ୍ଷକ ସୀମାଞ୍ଚଳ ଶତପଥୀ,ଗୋବିନ୍ଦ ଲେଙ୍କା, ବିଜୟ ଚନ୍ଦ୍ର ପରିଡ଼ାଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ସମାଜସେବୀ ସ୍ଵସ୍ତି ସୁନ୍ଦର୍ ସିୟ ମଞ୍ଚ ସଂଯୋଜନା କରିଥିବା ବେଳେ ସରସ୍ଵତୀ ମଡ଼େଲ୍ ଇଁରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ


