କୁମୁଣ୍ଡିରେ ନିଖିଳ ଉତ୍କଳ କାଳଞ୍ଜି ସମାଜର ନୂତନ କର୍ମକର୍ତ୍ତା ଚୟନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅଧିନସ୍ଥ କୁମୁଣ୍ଡି ଗ୍ରାମରେ ନିଖିଳ ଉତ୍କଳ ଉଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ବନ୍ଥପଲ୍ଲୀ ଆଞ୍ଚଳିକ ପରିଷଦ ଖଇରପୁଟି ମଣ୍ଡଳ ଅନ୍ତର୍ଗତ କୁମୁଣ୍ଡି ଗ୍ରାମ୍ୟ କମିଟି ପାଇଁ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଖଇରପୁଟି ମଣ୍ଡଳ ସଭାପତି କେଦାର ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ବେଳେ ଯୁବ ବର୍ଗଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ସନ୍ତୋଷ କୁମାର ବିଷୋୟୀ, ଉପସଭାପତି ଭାବେ ବଟକୃଷ୍ଣ ଭୂୟାଁ ,ସମ୍ପାଦକ ଭାବେ ପିତାମ୍ବର ବିଷୋୟୀ,ସହସମ୍ପାଦକ ଭାବେ ରଞ୍ଜିତ କୁମାର ଭୂୟାଁ ,କୁଳ ପାଇକ ଭାବେ ସନାତନ ବିଷୋୟୀଙ୍କୁ ମନୋନୀତ କରାଯାଇଥିଲା I ଏହି ଅବସରରେ ଆଗାମୀ ଦିନରେ କାଳଞ୍ଜି ସମାଜର ସର୍ବାଙ୍ଗୀନ ଉନ୍ନତି ସହ ତୃଣମୂଳସ୍ତରରୁ ଛାତ୍ରଛାତ୍ରୀଙ୍କ ପ୍ରଗତି ସକାଶେ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ନୂତନ କର୍ମକର୍ତ୍ତା ମାନେ ଘୋଷଣା କରିଥିଲେ I କାର୍ଯ୍ୟକ୍ରମରେ କାଳଞ୍ଜି ସମାଜର ବୟୋଜ୍ୟେଷ୍ଠ ସଦସ୍ୟ ବାଇଚାନ୍ଦ୍ ସ୍ୱାଇଁ,ବିଜୟ କୁମାର ସ୍ୱାଇଁ, ଦେବରାଜ ସ୍ୱାଇଁଙ୍କ ସମେତ କୁମୁଣ୍ଡି ଗ୍ରାମ୍ୟ କମିଟି ଅନ୍ତର୍ଗତ କୁମୁଣ୍ଡି,ଗୋପନଗର,ଚଢିୟାପଲ୍ଲୀ ଏବଂ ସୁନାପଲ୍ଲୀ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ I


