ସଦର ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତା ଦଳ ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏନେଇ ସକାଳେ ମିସନ ପଡ଼ିଆରୁ ବିଶାଳ ପଦଯାତ୍ରା ବାହାରିଥିଲା । ସଦର ବିଧାୟକ ସ୍ୱରୂପ କୁମାର ଦାସ ପତାକା ଦେଖାଇଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ବାଲେଶ୍ୱର ପୌରପାଳିକାର ବିଭିନ୍ନ ୱାର୍ଡରୁ ଶତାଧିକ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ସହର ପରିକ୍ରମା ସହ ସିଦ୍ଧି କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସାଧାରଣ ସଭାରେ ବିଧାୟକ ଶ୍ରୀ ଦାସ ଜନସମ୍ପର୍କ ପଦଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ିବା ସାଙ୍ଗକୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ଅକ୍ଟେବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ । ତେବେ ଏହି ପଦଯାତ୍ରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇପାରିଛି ବୋଲି ସେ କହିଥିଲେ । ବାଲେଶ୍ୱର ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ମୁନିସିପାଲିଟି ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବରିଷ୍ଠ ବିଜେଡି ନେତା ରଂଜନ ବାଗ, ଯଯାତି ଦାସ ପ୍ରମୁଖ ଏଥିିରେ ଯୋଗଦେଇ ଜନସମ୍ପର୍କ ପଦଯାତ୍ରାର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସାଧାରଣ ସଭାରେ ବିଜେଡି ନଗର ସଭାପତି ସନତ ଦାସ ସଭାପତିତ୍ୱ କରିଥିଲେ । ବିଜେଡି ଟାଉନ ମହିଳା ସଭାପତି ତଥା କାଉନସିଲର ମୀନା ମହାନ୍ତି, ରାଜ୍ୟ ମହିଳା ସଂପାଦିକା ଦୀପାରାଣୀ ସାହୁ, ଜୟଶ୍ରୀ ବିଶ୍ୱାଳ,ଏସି ସେଲ ସଭାପତି ଶତ୍ରୁଘ୍ନ ମଲ୍ଲିକ, ବିଜେଡି ଜୋନାଲ ଯୁବ ସାଧାରଣ ସମ୍ପାଦକ ଧୀରେନ ନାୟକ, ସଦର ନିର୍ବାଚନମଣ୍ଡଳୀ ଯୁବ ସଭାପତି ସେକ ଅନସର, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, କାଉନସିଲର ମୀତା ପଟ୍ଟନାୟକ, କବିତା ମୁର୍ମୁ, ମିରାଜ ବାନୋ, ରାଧାକୃଷ୍ଣ ଦାସ, ସେକ ନୌସାଦ ଅଲ୍ଲୀ, ସଂଧ୍ୟାରାଣୀ ଜେନା, ସବିତାରାଣୀ ଦାସ, ଅର୍ପିତା ପ୍ରିୟଦର୍ଶନୀ ପଟ୍ଟନାୟକ, ସୋଭା ମହାପାତ୍ର, ଶଶିରେଖା ମହାନ୍ତି, ସେକ ଆୟୁବ, କାର୍ତିକ ସାହୁ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ସାକିର ଖାନ, ସଂଜୟ ବେହେରା, ସେକ ରାଜୁ, ଧନଞ୍ଜୟ ଜେନା, ଇତିକୃଷ୍ଣା ସ୍ୱାଇଁ, ବିଜେଡି ନେତା ଜଗନ୍ନାଥ ମହାରଣା, ନେତ୍ରୀ ସୁନିଆ ମୁର୍ମୁୁ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡି, ଛାତ୍ରନେତା ବିଭୁଦତ୍ତ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ନଭେମ୍ବର ୨ ତାରିଖରେ ସଦର ବ୍ଲକ ବିଜୁ ଜନତା ଦଳ ତରଫରୁ ମଧ୍ୟ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।