ତାଇକୋଣ୍ଡୁ ଏକାଡେମୀ ତରଫରୁ ବିଧାୟକଙ୍କ ଦ୍ବାରା ବେଲ୍ଟ ଟେଷ୍ଟ ଉଦ୍‌ଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଟାଉନ୍ହଲ୍ରେ ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ତରଫରୁ ଏକକ ଲର୍ବେଲ୍ଟ ଟେଷ୍ଟ କରାଯାଇଛି। ଏହି ବେଲ୍ଟ ଟେଷ୍ଟ ମାନ୍ୟବର ବିଧାୟକ ମହୋଦୟ ଶ୍ରୀଯୁକ୍ତ କେ. ନାରାୟଣ ରାଓ ସକାଳ 8.00 ଘଟିକାରେ ଉଦ୍‌ଘାଟନ କରିଥିଲେ। ଏହି ପରୀକ୍ଷାରେ ସମୁଦାୟ 96 ଜଣ ପରୀକ୍ଷାର୍ଥୀ ଉପସ୍ଥିତଥି ଲେ। ସେଥିମଧ୍ୟରୁ 8 ଜଣ ବ୍ଲାକ୍ଷ୍ଟ୍ରିପ୍ବେଲ୍ଟ, 18 ଣରେଡ୍ବେଲ୍ଟ, 22 ଜଣ ବ୍ଲୁବେଲ୍ଟ, 25 ଜଣ ଗ୍ରୀନ୍ବେଲ୍ଟଓ 33 ଜଣ ୟେଲୋବେଲ୍ଟ ରେକୃତ କାର୍ଯ୍ଯ ହୋଇଛନ୍ତି। ଏହିପରୀକ୍ଷାରେ ପରୀକ୍ଷକ ଭାବରେ ଗୁଣୁପୁରରୁ ଗଣେଶ ଚନ୍ଦ୍ର ମହାପାତ୍ର, କଳାହାଣ୍ଡିରୁ ବବୃବାହନ ବୁଦ୍ଧିଆ, ଗଞ୍ଜାମରୁ ସତ୍ୟନାରାୟଣ ତ୍ରିପାଠୀ ଏବଂ ସହ ପରୀକ୍ଷକ ଭାବରେ ରାଜୁପାଡାଲ୍, ନାଗେଶ୍ବର ମହାପାତ୍ର, ଅନ୍ବେଷା ପଣ୍ଡା, ସ୍ବରାଜଲକ୍ଷ୍ମୀ ପଣ୍ଡା, ଭୁବନେଶ୍ବରରୁ ଚନ୍ଦନ ମହାପାତ୍ର, ଗଞ୍ଜାମରୁ ଦିଲିପ କୁମାର, ସୋନୁ ମହାରଣା, ସୁମନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ଅପରାହ୍ନ 4:00 ଘଟିକା ସମୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ସହରରେ ଏକ ଶୋଭାଯାତ୍ରା କରିଥିଲେ।ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ପରୀକ୍ଷକ ମାନେ ପ୍ରଦାନ କରିବା ସହିତ 2021 ମସିହାରେ ବ୍ରହ୍ମପୁର ହିଲ୍ପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଯାଇଥିବା ମୁକ୍ତ ରାଜ୍ୟ ସ୍ତରୀୟ ତାଇକୋଣ୍ଡୁ ପ୍ରତିଯୋଗୀତାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ପ୍ରତ୍ୟେକ ଖେଳାଳୀଙ୍କୁ 500/- ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।ଏବଂ ସଂଧ୍ୟା 7:00 ଘଟିକାରେ ଅନୁଷ୍ଠାନର 19 ତମ ବାର୍ଷିକ ଉତ୍ସବର ଆୟୋଜନ କରାଯାଇଥିଲା, ଏହି ଉତ୍ସବକୁ ଉଦ୍‌ଘାଟନ କରିବା ନିମନ୍ତେ ମୂଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥି ଗଜପତି ଜିଲ୍ଲାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ସତପଥି ଓ ସମ୍ମାନିତ ଅତିଥି ପାରଳାଖେମୁଣ୍ଡିର ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି ଯୋଗଦେଇ କାର୍ଯକ୍ରମର ଶୁଭାରମ୍ଭକ ରିଥିଲେ ତତ୍ସଙ୍ଗେସଙ୍ଗେ ବ୍ଲାକ୍ବେଲ୍ଟ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲାକ୍ବେଲ୍ଟ ଓ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ମୂଲ୍ୟବାନ ବକ୍ତବ୍ଯ ଦେଇଥିଲେ। ତତ୍ପରେ ଏହି କାର୍ଯ୍ଯକ୍ରମରେ ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ମଧୁସ୍ମିତାପାତ୍ର anchoring ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ଏକ ସ୍ମରଣ ଚିହ୍ନ ଅର୍ପଣ କରାଯାଇଥିଲା। ଏହି ଅନୁଷ୍ଠାନର ପ୍ରତିଷ୍ଠାତା / ସମ୍ପାଦକ / ପ୍ରଶିକ୍ଷକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ ଏହି କାର୍ଯ୍ଯକ୍ରମଟି ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ