ବିବାହର ପ୍ରତିଶୃତି ଦେଇ ଯୁବତୀ କୁ ଦୁଷ୍କର୍ମ ଅଭିଯୋଗ ଥାନାରେ ଏତଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଯୁବତୀକୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଜଣେ ଯୁବତୀ କୁ ବିବାହ ର ପ୍ରତିଶୃତି ଦେଇ ବୈବାହିକ ସମ୍ପର୍କ ରଖିବା ସହିତ ମିଥ୍ୟା ପ୍ରତିଶୃତି ଦେଇ ଠକି ଆସୁଥିଲା ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ l ସୂଚନା ପ୍ରକାରେ ଏକ ବର୍ଷ ହେବ ଉକ୍ତ ଯୁବତୀ ଜଣକୁ ସୁମନ୍ତପୂର ଗ୍ରାମର ସୁରଥ ନାଇକ ବିବାହ କରିବି କହି ଦୁଷ୍କର୍ମ କରିଥିବା ସହ ଗାଳି ଗୁଲଜ କରି ହତ୍ୟା କରିବା କୁ ଧମକ ଚମକ ଦେଇ ପ୍ରତାରଣା କରିଥିବାରୁ ଯୁବତୀ ଜଣଙ୍କ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପାଟପୁର ପୋଲିସ ସୁରଥ ନାଇକ ଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ୩୯୩/୨୨, ୩୭୬(୨)(n), ୨୯୪, ୩୨୩, ୫୦୬ ଆଇପିସି ଧାରାରେ ଯୁବକଙ୍କୁ କୋଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଯୁବକ ଜଣଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ