ନିଭେମ୍ବର ୮ ରୁ ୧୪ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବକୁ ଆକର୍ଷଣୀୟ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବାଲିଯାତ୍ରା ମହୋତ୍ସବ କମିଟି ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ବାଲିଯାତ୍ରା ମହୋତ୍ସବକୁ ଆକର୍ଷଣୀୟ ଓ ମନୋରଞ୍ଜନ କରିବା ନିମନ୍ତେ ବିଷଦ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କରୁଣାକର ଦାସ, ରମଣୀ ରଞ୍ଜନ ରାଉତରାୟ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ, ନିରଞ୍ଜନ ମେକାପ, ଶ୍ରୀଧର କୁମାର ମହାନ୍ତି, ଟୁଟୁ ଗେରୁ, ପଞ୍ଚାନନ ଗେରୁ, ଗାୟତ୍ରୀ ମହାନ୍ତି, ଦୀପକ କୁମାର ସାହୁ, ସେକ ମତୁ, ମୃତ୍ୟୁଞ୍ଜୟ ସାହୁ, ତ୍ରିଲୋଚନ ଦାସ, ସତ୍ୟବ୍ରତ ସିଂ, ଦେବେନ୍ଦ୍ର ନାୟକ, ବାବନ ସାହୁ, କୈଳାସ ଚନ୍ଦ୍ର ଗେରୁ, ଅନାଦି ସେଠୀ, ପ୍ରଦୀପ କୁମାର ବିହାରୀ ପ୍ରମୁଖ ସଭ୍ୟସଭ୍ୟା ଓ ଶୁଭେଚ୍ଛୁମାନେ ଯୋଗଦେଇ ବାଲିଯାତ୍ରାକୁ ସରସ ସୁନ୍ଦର, ଆକର୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏଥିରେ ଓଡିଶାର ବିଭନ୍ନ୍ନ ଅଞ୍ଚଳର ନାମୀ ଦାମୀ ବ୍ୟବସାୟୀଙ୍କ ସହିତ ନୃତ୍ୟଗୀତ, ସଙ୍ଗୀତ, ଘୋଡାନାଚ, ସଭାସମିତି, ମେଲୋଡି, ରାମଦୋଳି ପ୍ରଭୃତିି କାର୍ଯ୍ୟକ୍ରମ କରାଯିବାର ନିଷ୍ପତି ଗ୍ରହଣ କରାଯାଇଥିଲା । ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ପ୍ଳାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଥିବା ସଭାରେ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଜନସାଧାରଣ ସବୁମତେ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଶେଷରେ ଶ୍ରୀଧର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ