କାର୍ ବାଇକ ମୁହାଁମୁହିଁ, ମହିଳା ମୃତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁଡାମାରୀ ରାସ୍ତାର ଡେଙ୍ଗାଓସ୍ତା ନିକଟରେ ଶନିବାର ଅପରାହ୍ନ ପ୍ରାୟ ୩ ଟା ରେ ଏକ କାର୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ମୃତା ମହିଳା ଜଣକ ଧରାକୋଟ ବ୍ଲକ ସାହାବା ଗ୍ରାମର ବାସୁନି ଗମାଙ୍ଗ (୨୫)।ସେ ତାଙ୍କ ସମ୍ପର୍କୀୟ ପାଟପୁର ଥାନା ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କପାବାଡ ଗ୍ରାମର ଅବିନାଶ ମଣ୍ଡଳ (୧୭)ଙ୍କ ସହ ମିଶି ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତର ବାପାଘର ଗ୍ରାମ ଝରଣକୁ ଫେରୁଥିଲେ।ସେହି ସମୟରେ ପୁଡାମାରୀରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା କାର୍ (ଓଡି୦୨ ବିଏଚ ୭୮୭୯)ଟି ବାଇକ (ଓଡି୦୭ଏନ ୫୪୦୯)କୁ ଧକ୍କା ଦେଇଥିଲା।ଏଥିରେ ଗୁରୁତର ଆହତ ହୋଇଥିବା ବାସୁନି ଏବଂ ଅବିନାଶଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଉପସ୍ଥିତ ଡାକ୍ତର ବାସୁନିଙ୍କୁ ମୃତ ଘୋଷଣା କରିଥିଲେ।ଗୁରୁତର ଆହତ ଅବିନାଶଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଖବରପାଇ ଦିଗପହଣ୍ଡି ପୋଲିସ ୩୮୦/୨୨ ପ୍ରକାରେ ଏକ ମାମଲା ରୁଜୁ କରି ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଏବଂ ବାଇକକୁ ଜବତ କରି ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ