ଶ୍ରୀ ମନ୍ଦିର ରେ ପଞ୍ଚୁକ ଓ ମହାପ୍ରଭୂ ଙ୍କ ବିଭିନ୍ନ ବେଶ
ନିମାପଡ଼ା, (ସନ୍ତୋଷ ଦାଶ):ବର୍ଷକ ବାରମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ସର୍ବଶ୍ରେଷ୍ଠ ଓ ପୂଣ୍ୟ ବନ୍ତ ମାସ। କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦିନ କୁ ପଞ୍ଚୁକ କୁହାଯାଇଥାଏ। ପବିତ୍ର ପଞ୍ଚୁକ ଅବସରରେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ।ବଡ଼ ଏକାଦଶୀରେ ମହାପ୍ରଭୁ ଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ, ଦ୍ଵାଦଶୀରେ ମହାପ୍ରଭୁ ଙ୍କ ବାଙ୍କଚୂଡ଼ ବା ବାମନ ବେଶ, ତ୍ରୟୋଦଶୀରେ ମହାପ୍ରଭୁ ଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀ ରେ ମହାପ୍ରଭୁ ଙ୍କ ଡ଼ାଳିକିଆ ବା ଲକ୍ଷ୍ମୀ ନୃସିଂହ ବେଶ,କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଙ୍କ ପ୍ରସିଦ୍ଧ ରାଜଧିରାଜ ବା ରାଜ ରାଜେଶ୍ୱର ବା ସୁନା ବେଶ ଅନୁଷ୍ଠିତ ହୋଇଥାଏ।ଏହା ବ୍ୟତିତ ପଞ୍ଚୁକ ରେ ମଳ ପଡ଼ିଲେ ( ଦ୍ବାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ରେ ମଳ ପଡ଼ିଲେ) ମହାପ୍ରଭୂ ଙ୍କ ଅନନ୍ୟ ନାଗାର୍ଜୁନ ବେଶ ହୋଇଥାଏ।
ଜୟ ଜଗନ୍ନାଥ।


