ଅନ୍ତଃଜିଲ୍ଲା ଖୋ ଖୋ ପ୍ରତିଯୋଗିତା ନିମନ୍ତେ ଗଂଜାମ ଜିଲ୍ଲାସ୍ତରୀୟ ମହିଳା ଓ ପୁରୁଷ ବିଭାଗର ଚୟନ ପ୍ରକ୍ରୀୟା
ଛତ୍ରପୁର, (ଦେବଦତ୍ତ ମହାରଣା):ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପୂରୀ ଜିଲ୍ଲାର ଡେଲାଙ୍ଗ ଠାରେ ଉଭୟ ମହିଳା ଓ ପୁରୁଷ ବିଭାଗର ଅନ୍ତଃ ଜିଲ୍ଲା ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ନିମନ୍ତେ ମଙ୍ଗଳବାର ସ୍ଥାନୀୟ ଷ୍ଟାଡିୟମ ପରିସରରେ ଗଂଜାମ ଜିଲ୍ଲା କ୍ରୀଡା ସଂସଦ ଏବଂ ଛତ୍ରପୁର ସବଡିଭିଜନ କ୍ରୀଡା ସଂସଦର ମିଳିତ ଆନୁକୂଲ୍ୟରେ ଉଭୟ ବିଭାଗର ଜିଲ୍ଲାସ୍ତରୀୟ ଖୋ ଖୋ ଦଳ ଚୟନ କରାଯାଇଛି । ଏଥିରେ ଗିରିସୋଲା, ଦିଗପହଣ୍ଡି, କଙ୍କିଆ, ଗଂଜାମ , ଛତ୍ରପୁର ଓ ବ୍ରହ୍ମପୁର ଅଂଚଳର ଖୋ ଖୋ ଖେଳାଳୀ ମାନେ ଅଂଶ କରିଥିଲେ । ସୁଶାନ୍ତ କୁମାର ନାୟକ ଓ କୋଚ ତଥା ପରିଚାଳକ ସରୋଜ କୁମାର ପାଢିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅତିଥୀ ଭାବେ ଗଂଜାମ ପୋଲିସ ଜିଲ୍ଲାର ଆସିଷ୍ଟାଣ୍ଡ କମାଣ୍ଡେ ମାନସ ରଂଜନ ମହାନ୍ତି , ଗଂଜାମ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ଅଶୋକ କୁମାର ସାହୁ, ଛତ୍ରପୁର ସବଡିଭିଜନ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ , ସଂପାଦକ ନବୀନ କୁମାର ବେହେରା ଏବଂ ବରିଷ୍ଠ କ୍ରୀଡା ବିତ୍ ମାନେ ଯୋଗଦେଇ ଉଦଘାଟନ କରିବା ସହ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାକୁ ଡଃ.ଅନୀତା ମିଶ୍ର, କେ.ରଘୁନାଥ ରେଡ୍ଡୀ, ବି.ଶ୍ରୀନିବାସ ଦୋରା, ସୁନିତା ପାତ୍ର, ମୋନିକା ନାୟକ ,ମଧୁସୂଦନ ବେହେରା, ସନ୍ତୋଷ କୁମାର ବିଷୋୟୀ, ପ୍ରଣୟ ରଂଜନ ଦାଶ, ବି,ଏନାଦ୍ରୀ , ଅଟଳ ବିହାରୀ ପଟ୍ଟନାୟକ,ସୁଶାନ୍ତ କୁମାର ନାୟକ, କୋଚ ସରୋଜ କୁମାର ପାଢିଙ୍କ ସମେତ ଛତ୍ରପୁର ସବଡିଭିଜନ କ୍ରୀଡା ସଂସଦର ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତି ଯୋଗିତାରେ ମହିଳା ବିଭାଗର ୧୨ଜଣ ଏବଂ ପୁରୁଷ ବିଭାଗର ୧୨ ଜଣ ଖୋ ଖୋ ଖେଳାଳୀ ମାନଙ୍କୁ ଚୟନ କମିଟି ପକ୍ଷରୁ ମନୋନୀତ କରାଯିବା ସହିତ ଜଣେ ପରିଚାଳକ ଏବଂ ୨ଜଣକୋଚ ମାନଙ୍କୁ ମଧ୍ୟ ସିଲେକସନ କରାଯାଇଛି । ଏହି ଖୋ ଖୋ ଚୟନ ଦଳ ପୂରୀ ଜିଲ୍ଲାର ଡେଲାଙ୍ଗ ଠାରେ ହେବାକୁ ଥିବା ଅନ୍ତଃ ଜିଲ୍ଲା ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲ ଗଂଜାମ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି ।


