ଆଗାମୀ ନିର୍ବାଚନପାଇଁ ଗୁରୁମନ୍ତ୍ର ଦେଲେ ପୂର୍ବତନ ବିଧାୟକ ରାଜୀବ ପାତ୍ର

ଫୁଲବାଣୀ, (ସୁନିଲ କୁମାର ବେହେରା):ନବୀନ ସରକାର ଙ୍କ ସ୍ୱଚ୍ଛ ଶାସନ , ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳ ପ୍ରୟାଶ ଜାରି ରଖିଛି । ଗାଁ ଠୁ ସହର ସବୁଠି ନବୀନ ସରକାରଙ୍କ ସଫଳ ଯୋଜନାହିଁ ଲୋକଙ୍କୁ ବିଜୁ ଜନତା ଦଳ ଉପରେ ଅଧିକ ଭରସା ଏବଂ ବିଶ୍ୱାସ ସୃଷ୍ଟି କରିଛି । ଯାହାର ପ୍ରଭାବ କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ର ଶତାଧିକ କଂଗ୍ରେସ ଏବଂ ବିଜେପି କର୍ମୀ ନିଜ ନିଜ ଦଳ ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି । ମୁଖ୍ୟ ଅତିଥି ରୂପେ କନ୍ଧମାଲ ଜିଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ ଯୋଗ ଦାନ ଦେଇ ନୂତନ ଭାବେ ଯୋଗ ଦେଇଥିବା ବିଜେପି ଏବଂ କଗ୍ରେସ କର୍ମୀ ଙ୍କୁ ଉତ୍ତରିୟ ଦେଇ ସ୍ୱାଗତ କରିଥିଲେ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ ପୂର୍ବତନ ବାଲିଗୁଡା ବିଧ୍ୟାୟକ ରାଜୀବ ପାତ୍ର । ନିଜର ଅଗ୍ନି ବର୍ଷି ଉଦ୍ବୋଧନ ରେ ଉପସ୍ଥିତ ଲୋକଙ୍କୁ ବିଜୁ ଜନତା ଦଳ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହା ସହ ବିଧାୟକ ରାଜୀବ ପାତ୍ର ସିର୍ଲା ପଞ୍ଚାୟତ ରେ ନିଜ ବିଧ୍ୟାୟକ ଥିବା ସମୟରେ ଅନେକ ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଯାହାର ଫଳସ୍ୱରୂପ ଆଜି ପୂର୍ବତନ ବିଧାୟକ ରାଜୀବ ପାତ୍ର ଏବଂ ବର୍ତ୍ତମାନ ର ବାଲିଗୁଡା ବିଧ୍ୟାୟକ ଚକ୍ରମଣି କଂହର ଙ୍କ ସଫଳ ଉଦ୍ୟମରେ ପ୍ରତ୍ୟେକ ଗ୍ରାମକୁ ସଂଯୋଗୀ କରଣ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲୁ ରହିଛି । ଏହି ଅବସରରେ ବାଲିଗୁଡା ବିଧ୍ୟାୟକ ଚକ୍ରମଣି କଂହର , ତୂମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀ ପ୍ରମୋଦ ସାହୁ , ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର , ଅଶୋକ ପାତ୍ର , ବଙ୍ଗାଳି ବଡ଼ସେଠ ,ଜିସାୟ ମଣ୍ଡଳ, ସିର୍ଲା ସରପଞ୍ଚ ନୃସୁଙ୍ଗା ପାଟମାଝୀ , ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ