ଇପିଏଫ ପେନସନର୍ସ ଆସୋସିଏସନ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଇପିଏଫ ପେସନର୍ସ ଆସୋସିଏସନର ଏକ ବୈଠକ ଉଠା ଜଳସେଚନ କର୍ମଚାରୀ ଭବନରେ ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଇପିଏଫ ପେନସନଭୋଗୀଙ୍କ ପକ୍ଷରୁ ଆସନ୍ତା ୧୬ ତାରିଖରେ ଦେଶବ୍ୟାପୀ ପାଳନ ହେବାକୁ ଥିବା ଦାବି ଦିବସକୁ ବାଲେଶ୍ୱରରେ ସଫଳ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହିଦିନ ପେନ୍‌ସନ୍‌ଭୋଗୀ ତଥା ବରିଷ୍ଠ ନାଗରିକମାନଙ୍କୁ ନେଇ ବାଲେଶ୍ୱର ଅଦାଲତ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାବିପତ୍ର ପ୍ରଦାନ କରାଯିବ । ବିଶେଷ କରି ସର୍ବନିମ୍ନ ମାସିକ ପେନ୍‌ସନ୍ ହଜାରରୁୁ ୯ ଅହଜାର ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ, ମାନ୍ୟବର ଉଚ୍ଚ ଅଦାଲତଙ୍କ ଆଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ୍ ଓ ସରକାରୀ ସ୍ୱାସ୍ଥ୍ୟବୀମା ପାଇଁ ଦେଶବ୍ୟାପୀ ଦାବି ଦିବସ ପାଳନ କରାଯାଉଛି ।ଏହି ବୈଠକରେ ଜିଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ରାଜ୍ୟ କମିଟିର ନିଷ୍ପତ୍ତି ଓ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟର ବିବରଣୀ ଉପସ୍ଥାପିତ କରିଥିଲେ । ଆସୋସିଏସନ୍‌ର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଜଳଧର ପଣ୍ଡାଙ୍କ ସମେତ ନବୀନ କୁମାର ପାତ୍ର, ଅରୁଣ କୁମାର କମିଳା, ଶରତ ଚନ୍ଦ୍ର ଦଳାଇ, ଭୂପତି ଭୂଷଣ ଦାସ, ପରମେଶ୍ୱର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ