ସ୍ମାର୍ଟ୍ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ରାଜନହର ସମ୍ମୁଖ ରେ ଶିଶୁ ଦିବସ ଉପଲକ୍ଷେ ସ୍ମାର୍ଟ୍ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ନାଟିକା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ସ୍କୁଲ ର ଶିଶୁ କଳାକାର ମାନେ ସୁନ୍ଦର୍ ନୃତ୍ୟ ମାଧ୍ୟମରେ ଶିଶୁ କନ୍ୟା ଭ୍ରୁଣ ହତ୍ୟା ବିରୋଧରେ, ବେଟି ପଢ଼ାଓ ବେଟି ବଚାଓ, ମହିଳା ନିର୍ଯ୍ୟାତନା ଦୂରୀକରଣ ଇତ୍ୟାଦି ବିଷୟରେ ସାମାଜିକ ସଚେତନତା ସୃଷ୍ଟି କରିଥିଲେ, କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗ ଦେଇ ପିଲା ଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଡ଼ାକ୍ତର ଅନିଲ ଆଚାର୍ଯ୍ୟ , ଅନୁଷ୍ଠାନ ର ଅଧକ୍ଷ ସ୍ୱାଗତିକା ଆଚାର୍ଯ୍ୟ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ମନୋଜ କର, ଲିନା କର, ଗ୍ରେସ ସାମଲ, ଶୁଭେନ୍ଦୁ ସେନାପତି, ରଞ୍ଜିତା ପଟନାୟକ ପରିଚାଳନା କରିଥିଲେ।


