ଶୌଚ ପାଇଁ ଯାଇଥିବାବେଳେ ପୋଖରୀରେ ବୁଡିଯାଇ ଯୁବକଙ୍କ ମୃତୁ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସରଳାପଶି ଗ୍ରାମରେ ଜଣେ ଯୁବକ ଶୌଚପାଇଁ ପୋଖରୀକୁ ଯାଇଥିବାବେଳେ ପାଣିରେ ବୁଡିଯାଇ ମୃତୁ୍ୟବରଣ କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ପନ୍ଦାଡୋ ପଞ୍ଚାୟତ ସରଳାପସି ଗ୍ରାମର ରାଜୁ ମୁଣ୍ଡା(୩୫) ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ପୋଖରୀରେ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରିବା ସହିତ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବରପାଇ ସୋସୋ ଥାନା ପୁଲିସ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଚଳାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ