ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା କାର ଅଳ୍ପକେ ବର୍ତିଲେ ଯାତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଛ ବଞ୍ଚାଇଦେଲା ୩ଟି ଜୀବନ l ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର ଚାଳକଙ୍କ ସମେତ ଦମ୍ପତି ।ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଭୀମଦଲି ଘାଟିରେ l ମଞ୍ଜୁ ଲତା ମହାରଣା ନିଜ ସ୍ୱାମୀ ପ୍ରଭାକର ମହାରଣାଙ୍କୁ ଚିକିତ୍ସା କରାଇବା ପାଇଁ ବ୍ରହ୍ମପୁର ଯାଉଥିବା ବେଳେ କୌଣସି କାରଣରୁ ଇଟିକା କାର ନଂ (ଓଡିଠ୨ଇ ୭୧୧୬) ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l କାରଟି ଏକ ବିରାଟ ଗର୍ତ୍ତ ମଧ୍ୟକୁ ଖସି ଯିବା ପୂର୍ବରୁ ଏକ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା। ଅଳ୍ପକେ ଚାଳକ ଓ ଦମ୍ପତି ବଞ୍ଚିଯାଇଥିଲେ। କିଛି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮କୁ ଫୋନ କରିବାରୁ ଆମ୍ବୁଲେନ୍ସ ପହଂଚି ଘଟଣା ସ୍ଥଳରୁ ମଞ୍ଜୁଲତା ଓ ତାଙ୍କ ସ୍ୱାମୀ ପ୍ରଭାକରଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲା l ଉଭୟ ଦମ୍ପତି ସାମାନ୍ୟ ଆହତ ହୋଇଥିବା ଡାକ୍ତର କହିଛନ୍ତି l


