ପଞ୍ଚାୟତ ସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ପ୍ରତିନିଧି
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଧିନ ପଧାନପଡା, ନିଳୋକ, ଛୟାଳସିଂ ଆଦି ପଞ୍ଚାୟତ ସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟର ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ସମୀକ୍ଷା କରିଛନ୍ତି । ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ ଓ ୫ଟି କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସମୀକ୍ଷା ବେଳେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ସି.ପି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ ।