ହସ୍ତଶିଳ୍ପ ସଚେତନତା ଶିବିର ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମହିଳା ଓ ଯୁବତୀମାନଙ୍କ ପାଇଁ ଏକ ହସ୍ତଶିଳ୍ପ ସଚେତନତା ଶିବିର ଜିଲ୍ଲା ଶିଳ୍ପକେନ୍ଦ୍ରର ସହକାରୀ ନିର୍ଦେଶକ(ହସ୍ତଶିଳ୍ପ) ଅଜିତ ପ୍ରସାଦ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ସମାଜସେବୀ ଇଂ ମୂରଲୀଧର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀ ମହିଳା ଓ ଯୁବତୀମାନଙ୍କୁ ରୋଜଗାର ପନ୍ଥାକୁ ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ । ଜଜାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର ମୁଖୟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ଓ ନମିତା ମହାପାତ୍ର ଯୋଗଦେଇ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ହସ୍ତଶିଳ୍ପ ଅଧିକାରୀ ସତ୍ୟଜିତ ବେହେରା, ବିଜୟଲକ୍ଷ୍ମୀ ଦାସ, ସମ୍ପଦ ପରିଡା, ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ସେଠୀ, ସାହିତ୍ୟିକ ସାମ୍ବାଦିକ ସୁଦର୍ଶନ ମହାପତ୍ର ପ୍ରମୁଖ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଶ୍ରୀ ବେହେରା, ପ୍ରଭାସିନୀ ପାତ୍ର, ସୂର୍ଣ୍ଣପ୍ରଭା ସ୍ୱାଇଁ, ସରିତା, ମୋନାଲିସା, ଜୟନ୍ତ ଖୁଣ୍ଟିଆ, ରଶ୍ମିତା ମିଶ୍ର, ପ୍ରଭାତି ପ୍ରଧାନ ପ୍ରମୁଖ ଯୋଗଦେଇ ନାରୀ ଶସକ୍ତିକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ନପଙ୍ଗ ଗ୍ରାମରେ ବାବୁରାମ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିଳ୍ପୀ ଗ୍ରାମ ଯୋଜନା ଶିବିରରେ ହସ୍ତଶିଳ୍ପ, ସିଲାଇ, ଛତୁ, ଫୁଲ, ଛତୁଆ ପ୍ରଭୃତି ସମ୍ପର୍କରେ ମହିଳା ଓ ଯୁବତୀମାନଙ୍କୁ ତାଲିମ ପ୍ରଦାନ ପୂର୍ବକ ସେମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ପ୍ରେରଣା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ