ଚୋର ସନ୍ଦେହରେ ଗ୍ରାମବାସୀଙ୍କ ଆକ୍ରମଣରେ ଆକ୍ରମଣ ଜଣେ ଗୁରୁତର ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚୋର ସନ୍ଦେହରେ ଗ୍ରାମବାସୀଙ୍କ ଆକ୍ରମଣରେ ଆକ୍ରମଣ ଜଣେ ଗୁରୁତର ଜଣେ ମୃତ। ଘଟଣା ଘଟିଛି କାଶୀନଗର ଥାନା ଅନ୍ତର୍ଗତ କିଡିଗାଁର ଠାରେ। ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବା ସୁଚନା। ଆହତ ଅବସ୍ଥାରେ ଅନ୍ୟ କିଛି ଗ୍ରାମବାସୀ ଉଭୟଙ୍କୁ କାଶୀନଗର ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡ଼ାକ୍ତର ଜଣକର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଡାକ୍ତରଙ୍କ ସୂଚନା ପରେ ପୋଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି। ଏନେଇ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ପରିଚୟ ଅସ୍ବଷ୍ଟ ରହିଛି । ଗତ କିଛି ଦିନ ହେଲା ବାହାର ରାଜ୍ୟରୁ କିଛି ଲୋକ ଜିଲ୍ଲା ମଧ୍ୟକୁ ଆସି ବିଭିନ୍ନ କାମଧନ୍ଦାରେ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକ ଗୁପଚୁପ ଓ ଜିଲେବି ସମୋସା ବିକ୍ରି କରୁଛନ୍ତି ତ ଆଉ କିଛି ଗାଁ ଗାଁ ବୁଲି ଲୁଗାପଟା ବିକ୍ରି କରୁଛନ୍ତି। ତେବେ ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁଇ ଅଜଣା ବ୍ୟକ୍ତି ଗାଁ ଭିତରେ ସନ୍ଦେହରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି। ଏନେଇ ଘଟଣା ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରୁନଥିବା ବେଳେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କାଶୀନଗର ପୋଲିସ, ତଦନ୍ତ ପରେ ହତ୍ୟାର କାରଣ ସହ ଘଟଣା ସମ୍ପର୍କରେ ଅଧିକ ସ୍ବଷ୍ଟ ହୋଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ