ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା ସନ୍ନମାନିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହାରାଷ୍ଟ୍ରର ନାଗପୁର ସ୍ଥିତ ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ଆୟୋଜିତ “ଅପୂର୍ବ ବିଜ୍ଞାନ ମେଳାର ରଜତ ଜୟନ୍ତୀ କାର୍ଯ୍ୟକ୍ରମ ପାଳନ ଅବସରରେ ବିଜ୍ଞାନ ଶିକ୍ଷାକୁ ସରଳୀକୃତ କରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପ୍ରୟାସ କରୁଥିବା ୧୭ଟି ରାଜ୍ୟର ୫୦ ଜଣ ବ୍ୟକ୍ତି ବିଶେଷଙ୍କୁ ଫଳକ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିଦ୍ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ତାଙ୍କ ଶିକ୍ଷକତା ଜୀବନରୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ସହିତ ତାଙ୍କର ହାତ ତିଆରି ସରଳ ବିଜ୍ଞାନ ପରୀକ୍ଷା ଗୁଡିକ ସୋସିଆଲ ମିଡିଆ ତଥା ସାମାଜିକ ଗଣମାଧ୍ୟମ ଓ “ୟୁ-ଟ୍ୟୁବ” ଚ୍ୟାନାଲରେ ଉଚ୍ଚ ପ୍ରଶଂସିତ ହୋଇ ଆସୁଅଛି । ଏହି ସମାରୋହରେ ମାନନୀୟ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡକରି ନିଜର ଅସୁସ୍ଥତା ବଶତଃ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ନ ପାରି ଭିଡିଓ କନଫେରେନ୍ସ ଜରିଆରେ ସମ୍ଭର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ଅଭିନନ୍ଦନ ଓ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଏନସିଏସଟିସି: ନିର୍ଦେଶକ ଡକ୍ଟର ନକୁଳ ପାରାଶର ଭୁବନେଶ୍ବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ପ୍ରୋ-ଚ୍ୟାନସେଲର ଶ୍ରୀ ଅମିତ ବାନାର୍ଜୀ ଯୋଗ ଦେଇ ପ୍ରତିଭା ମାନଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । ଏହି ସମାରୋହ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅପୂର୍ବ ବିଜ୍ଞାନ ମେଳାର ସମ୍ପାଦକ ଶ୍ରୀ ସୁରେଶ ଅଗ୍ରୱାଲ ଓ ସଂଯୋଜକ ଶ୍ରୀ ବ୍ରହ୍ମାନନ୍ଦ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ ।
ଆଚାର‌୍ୟ୍ୟ ଶ୍ରୀ ଜେନାଙ୍କ ଏହି ସଫଳତା ପାଇଁ ଗବେଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବାର୍ତ୍ତା , ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀମତୀ ଡଃ କଲ୍ୟାଣୀ ମିଶ୍ର , ଶ୍ରୀ ଭଗବତ ପାଢୀ ପ୍ରମୁଖ ଆଚାଯ୍ୟ ଶ୍ରୀ ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ