ଜାତୀୟ ଶିକ୍ଷା ନୀତି ଆଲୋଚନା ଚକ୍ର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଦର୍ଶ ଶୈଶବ ଯତ୍ନ ଓ ଶିକ୍ଷାର ବିଷୟର ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଫେସର ଡ ତାରାପ୍ରସାଦ ଦାଶ(ସଂଭାଗ ସଭାପତି), ମୁଖ୍ୟବକ୍ତା ଭାବରେ ଖଲ୍ଲିକୋଟ ଅଧ୍ୟାପକ ଡ ଜୟନ୍ତୀ ବେହେରା, ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର, ଡି ଏ ଭି ସ୍କୁଲ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ଦାଶ, ସୁୁବଳୟା କଲେଜ ଅଧ୍ୟାପକ ଡ. ଅନୀତା ମିଶ୍ର, ହିଲଟପ୍ କଲେଜ, ମୋହନାର ଅଧ୍ୟାପକ ଅନ୍ତର୍ଯ୍ୟାମି ଗୌଡ, ସାହିତ୍ୟିକ ଡ.ଭି ରାଜେନ୍ଦ୍ର ରାଜୁ, ସାମ୍ବାଦିକ ସମୀର କୁମାର ଆଚାର୍ଯ୍ଯ ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ଉପ ସଭାପତି ଗୀତା ପାଢି ଉପସ୍ଥିତ ଥିଲେ। ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସଂଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ କୁମାର ବାଗ, ଶିକ୍ଷାବିତ ପ୍ରଶାନ୍ତ କୁମାର ଶତପଥୀ, ଅଙ୍ଗନବାଡି କର୍ମୀ ମଞ୍ଜୁଳା ବିସ୍ବାସରାୟ, ସୁମିତା ଦାଶ, ଅଧ୍ୟାପିକା କିରଣବାଳା ରଥ,ସଦସ୍ୟା ସୁନୀତା ସେଠୀ,ଗଞ୍ଜାମ ପ୍ରଧାନାଚାର୍ଯ୍ୟ ଆଦିତ୍ଯ ମହାପାତ୍ର ଏବଂ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବି ଯୋଗ ଦେଇ ନୂତନ ଶିକ୍ଷାନୀତି ୨୦୨୦ ର ଆଦର୍ଶ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିିଜର ମତବ୍ୟକ୍ତ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ