କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ ପ୍ରତିଯୋଗିତା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସାଂସ୍କୃତିକ ଭବନ ପରିସର ରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ରହ୍ମପୁର କ୍ଳଷ୍ଟ ର ଅନ୍ତର୍ଗତ ୧୦ଟି କେନ୍ଦ୍ରୀୟ ବିଦ୍ୟାଳୟ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ପ୍ରାୟ ୩୫୦ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ, ଚିତ୍ରାଙ୍କନ, ଲଘୁ ନାଟିକା, କୁଇଜ ଏବଂ ବକୃତା ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କାର୍ଯକ୍ରମ ର ଶୁଭାରମ୍ଭ ରେ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନସିପାଲ ବିଘ୍ନେଶ୍ୱର ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରି କଳା ସାଂସ୍କୃତିକ କାର୍ଯକ୍ରମ କିପରି ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନରେ ସହାୟକ ହୋଇ ଥାଏ ତାହା ଆଲୋକପାତ କରିଥିଲେ। ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନସିପାଲ ରାଜେନ୍ଦ୍ର କୁମାର ପଣ୍ଡା ଅତିଥିଗଣଙ୍କୁ ସ୍ବାଗତ କରିଥିଲେ l ସମ୍ମାନିତ ଅତିଥି ରୂପେ ୟୁରୋ ସ୍କୁଲର ପ୍ରିନସିପାଲ ପ୍ରମୋଦ କୁମାର ମିଶ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। । ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାରେ ସହଯୋଗ କରିଥିଲେ। ସମସ୍ତ କାର୍ଯକ୍ରମକୁ ଶିକ୍ଷକ ଏ. ବାସୁଦେବ, ଅନିଲ କୁମାର ନାୟକ, ନୀଳାଞ୍ଚଳ ବେହେରା, କାଳୀ ପ୍ରସାଦ ମହାର୍ଥ, ସୁଧାଂଶୁ ଭୂଷଣ ପାଢୀ, ତପୁନ ପାତ୍ର, ସୁନିଲ କୁମାର ସାହୁ, ଦେବବ୍ରତ ସାହୁ, ଶ୍ରୀନୁ ଆଚାରୀ, ସୁନାଲି ତ୍ରିପାଠୀ, ଶୁଭସ୍ମୀତା ପାଣିଗ୍ରାହୀ, ଶୁଭଶ୍ରୀ ପରିଡା ଓ ଇ.ଲଲିତ କୁମାର ପ୍ରମୁଖ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ