ସଡକ ଦୁର୍ଘଟଣାରେ ବାଇକ ଚାଳକ ସହ ମହିଳା ଆହତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ସଡକ ଦୃଘଟଣାରେ ଦୁଇ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ଉଦୟଗିରି ସହରରୁ ରାଜେଶ ନାୟକ ଓଆର ୦୨ ବିଏସ ୩୨୦୪ ମାରୁତି ଜେନ ଏସଟିଲୋ କାରରେ ପରିବାର ସହ କଟକ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ପଞ୍ଚଭୂତି ଗ୍ରାମର ବିନୋଦ ବେହେରା ଓଡ଼ି ୨୫ ବି ୬୯୩୬ ହିରୋ ଗ୍ଲାମର ବାଇକ ରେ ନିଜ ଗ୍ରାମ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମକୁ ଯାଉଥିଲେ। କରସିଙ୍ଗି ସ୍କୁଲ ନିକଟରେ ରାସ୍ତା ପାର୍ଶ୍ଵରେ ଯାଉଥିବା ବିଳାସ ନାୟକ ନାମକ ଜଣେ ମହିଳାକୁ ଧକ୍କା ଦେବା ସହ କାରକୁ ମଧ୍ୟ ଧକ୍କା ଦେଇଥିଲା। ଚାଲିକରି ଯାଉଥିବା ମହିଳା ବିଳାସ ନାୟକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାବେଳେ ବାଇକ ଚାଳକଙ୍କ ମେରୁଦଣ୍ତ ରେ ଆଘାତ ଲାଗିଥିବା ଜଣାପଡିଛି। ଖବର ପାଇ ବୁଗୁଡ଼ା ଥାନା ଏ.ଏସ.ଆଇ. ସ୍ନେହା ସାହୁ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ଦ୍ୱାରା ଆହାତ ଦୁଇ ବ୍ୟକ୍ତିଙ୍କୁ ବୁଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ବୁଗୁଡା ପୋଲିସ ଅନୁଧ୍ୟାନ କରିବା ସହ ବାଇକ ଓ କାରକୁ ଜବତ କରି ଥାନାକୁ ଆଣି ଅନୁସନ୍ଧାନ ଜାରୀରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ