ଓବିସି ବର୍ଗର୍ଭୁକ୍ତ ପାଇଁ ସାଂସଦଙ୍କ ଜରିଆରେ ଦାବି ପତ୍ର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ରାଜଶ୍ରୀ ବଳାସି ସମାଜ କେନ୍ଦ୍ରୀୟ କମିଟିର ପ୍ରତିନିଧି ପକ୍ଷରୁ ଏକ ଦାବି ପତ୍ର ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ଭେଟି ରାଜଶ୍ରୀ ବଳାସୀ ସମାଜକୁ ଓବିସି ବର୍ଗର ମାନ୍ୟତା ପ୍ରଦାନ କରିବାକୁ ଲୋକସଭାରେ ଉପସ୍ଥାପନ କରି ଦାବି ଉପସ୍ଥାପନ କରିବାକୁ ନିବେଦନ କରିଥିଲେ। ରାଜଶ୍ରୀ ବଳାସି ସମାଜ ପକ୍ଷରୁ ଏକ ପ୍ରତିନିଧି ଦଳ ଉଭୟ ସାଂସଦଙ୍କୁ ଭେଟି ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ ସଭାପତି ମଙ୍ଗୁଳୁଧର ସାହୁ, ଉପସଭାପତି ଦିନବନ୍ଧୁ ସାହୁ, ଯୁଗ୍ମ ସମ୍ପାଦକ ରତ୍ନାକର ସାହୁ, କେନ୍ଦ୍ରୀୟ ସଭ୍ୟ ଚନ୍ଦ୍ରଶେଖର ସାହୁ, ରଘୁନାଥ ପ୍ରଧାନ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ରାଜଶ୍ରୀ ବଳାସୀ ସମାଜର ଅଧିକାଂଶ ପରିବାର ଆର୍ଥିକ ଦୁର୍ବଳ ଶ୍ରେଣୀ ହୋଇଥିବା ବେଳେ ପଛୁଆ ବର୍ଗ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇନଥିବା ଯୋଗୁଁ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ କ୍ଷେତ୍ରରେ ସୁବିଧା ପାଇବାରୁ ବଞ୍ଚିତ ହେଇଥିବା ନେଇ ସଭାପତି ଶ୍ରୀସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ