ପିପୁଲସ କଲେଜରେ ୭୪ ତମ ଏନ.ସି.ସି. ଦିବସ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ୭୪ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ.ସି.ସି.) ଦିବସ ନଭେମ୍ବର ୨୭ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ନଭେମ୍ବର ମାସର ଚତୁର୍ଥ ରବିବାର ଏନ.ସି.ସି. ଦିବସ ଭାବେ ପାଳନ ହୋଇଆସୁଅଛି। ଦେଶ ସ୍ଵାଧୀନ ହେବାପରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ, ସ୍କୁଲ ଓ କଲେଜରେ ଏନ.ସି.ସି. ଖୋଲିବା ପାଇଁ ୧୯୪୮ ରେ ଆଇନ ପ୍ରଣୟନ କରିଥିଲେ। ” ଏକତା ଓ ଶୃଙ୍ଖଳା ” ହେଉଛି ଏନ.ସି.ସି. ମୁଖ୍ୟ ଆଦର୍ଶ। ବୁଗୁଡା ପିପୁଲସ କଲେଜରେ ଆୟୋଜିତ ଏନ.ସି.ସି. ଦିବସ ପାଳନ କାର୍ଯ୍ୟକ୍ରମରେ ଅର୍ଥିନୀତି ବିଜ୍ଞାନ ଅଧ୍ୟାପକ ତଥା ଏନ.ସି.ସି. ଅଧିକାରୀ ଲେଫନାଣ୍ଟ ଅଜୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। କଲେଜ ପରିଚାଳନା କମିଟି ସଭାପତି ରଜନୀକାନ୍ତ ଭଟ୍ଟ ଓ ପ୍ରିନ୍ସପାଲ ରଜନୀକାନ୍ତ ଦାଶ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବୁଗୁଡା ପୋଲିସ ଥାନା ଅତିରିକ୍ତ ଆରାକ୍ଷୀ ନିରୀକ୍ଷୀକା ଶର୍ମିଷ୍ଠା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, ଡକ୍ଟର ଜୟରାମ ବିଷୋୟୀ, ଅକ୍ଷୟ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ସଞ୍ଜୟ କୁମାର ପ୍ରଧାନ, ପ୍ରଭଞ୍ଜନ ମୁନୀ, ବିନୋଦ କୁମାର କର, ରବୀନ୍ଦ୍ରନାଥ ପୋଲାଇ ଓ ନିମନ୍ତ୍ରିତ ଅତିଥି ଭାବେ ବୁଗୁଡା ପିପୁଲସ ହାଇ ସ୍କୁଲ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ଯୋଗଦେଇ ଏନସିସି କ୍ୟାଡଟ ମାନଙ୍କୁ ଦେଶର ଏକତା, ଚରିତ୍ର ଗଠନ, ଶୃଙ୍ଖଳିତ ଜୀବନ, ସମାୟାନୁବର୍ତ୍ତି ଓ କର୍ତ୍ତବ୍ୟ ପରାୟଣ ହେବାକୁ ପରାମର୍ଶ ଦେଇଥିଲେ। ମୋନାଲିସା ସାହୁ ୨୦୨୧-୨୨ ରେ ଏନସିସିର କାର୍ଯ୍ୟ ଓ ଦକ୍ଷତା ବିଷୟ ଉପସ୍ଥାପନ କରିଥିଲେ। କୃତ୍ତିତ୍ୱ ଅର୍ଜନ କରିଥିବା କ୍ୟାଡଟ ଆଦିତ୍ୟ କୁମାର ମହାପାତ୍ର, ମୋନାଲିସା ଜେନା, ଦୀକ୍ଷିତ ଜେନା, ସାଗର ବରାଡ଼ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ