ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଡେପୁଟୀ କଲେକ୍ଟର ନଟବର ଗରଡ଼ା, ନର୍ମଦା ନାୟକ ଯୋଗଦେଇ ଥିଲେ । ଭାରତୀୟ ମୂଳ ସମ୍ବିଧାନ ଓ ବର୍ତ୍ତମାନ ସମ୍ବିଧାନର ସରଞ୍ଚନା, ଗଠନ,କାର୍ଯ୍ୟଶୈଳୀ ନିତିନୀୟମ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ବିଧାନର ପ୍ରସ୍ତାବନାକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା, ଭାତୃତ୍ବ, ସାର୍ବଭୌମ ସମାଜବାଦୀ,ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରିବା ଏବଂ ଜାତିର ଏକତା ଓ ଅଖଣ୍ଡତକୁ ବଜାୟ ରଖିବା ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି ବୋଲି ଶପଥ ପାଠ କରାଇଥିଲେ।ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଜୟଦ୍ରଥ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ,ପ୍ରଫୁଲ୍ଲ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୂମାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚା ରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ