ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତା ରେ ମୟୁରଭଞ୍ଜ ର ଆଦିବାସୀ ଯୁବକ ଉପବିଜେତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଭୂବନେଶ୍ବରରେ ଆୟୋଜିତ ହୋଇଯାଇଥିବା ମିଷ୍ଟର, ମିସ୍ ଏବଂ ମିଷ୍ଟର ଇଣ୍ଡିଆ ଇଣ୍ଟର ନେସନାଲ ୨୦୨୨ – ୨୩’ ସିଜନ ୪’ ରେ ଓଡିଶାର ବିଭିନ୍ନ ପ୍ରାନ୍ତର ଯୁବକ ଯୁବତୀ ଭାଗ ନେଇଥିଲେ। ଏହି ପ୍ରତିସ୍ପର୍ଦ୍ଧା କାର୍ଯ୍ୟକ୍ରମରେ ଉତ୍ତିର୍ଣ୍ଣ ହୋଇଥିବା ସଦସ୍ୟ କଲିକତା ଠାରେ ଆୟୋଜିତ ଗ୍ରାଣ୍ଡ ଫିନାଲେ (ଚୁଡାନ୍ତ) କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିସ୍ପର୍ଦ୍ଧା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଏଥିରେ ମୁମ୍ବାଇ ର ସଚିନ କେଶବ ୨୦୨୨ – ୨୩’ ମିଷ୍ଟର ଇଣ୍ଡିଆ ଭାବେ ବିଜେତା ହୋଇ ଟ୍ରଫି ଜିତିଥିଲେ। ଉପ ବିଜେତା ଭାବେ ଓଡିଶା, ମୟୁରଭଞ୍ଜ ଜିଲ୍ଲା ବାରିପଦା ର ମନୋରଞ୍ଜନ ସିଂ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ମିସ୍ ଇଣ୍ଡିଆ ପ୍ରତିସ୍ପର୍ଦ୍ଧାରେ ଆସାମ ର ଲକ୍ଷ୍ମୀ ଲିସୁ ବିଜେତା ହୋଇ ଟ୍ରଫି ଜିତିଥିଲେ। ମିସେସ୍ ଇଣ୍ଡିଆ ଭାବେ ପଶ୍ଚିମବଙ୍ଗ ର ପୁରତ ଚାନ୍ଦ ଟ୍ରଫି ବିଜେତା ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସାରା ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ତାଙ୍କ ସହିତ ଅବ୍ଦୁଲ୍ଲା ଗ୍ରୁପ୍ ର ଅଧ୍ୟକ୍ଷ ଡ. ବୁ. ଅବ୍ଦୁଲ୍ଲା, ବଲିଉଡ୍ କଣ୍ଠ ଶିଳ୍ପି ଦଲିୟା ମିତ୍ର, ମେକଅପ୍ ଆର୍ଟିଷ୍ଟ ନେତୀ ଗୁଲାଟି ପ୍ରମୁଖ ଯୋଗ ଦେଇ କୃତୀ ମୋଡେଲ୍ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।ତେବେ ବାରିପଦା ର ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଯୁବକ ଜାତୀୟ ସ୍ତରର ପ୍ରତିସ୍ପର୍ଦ୍ଧା କାର୍ଯ୍ୟକ୍ରମରେ ଉପ ବିଜେତା ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏନେଇ ତାଙ୍କ ପ୍ରତି ବିଭିନ୍ନ ମହଲ ରୁ ଶୁଭେଚ୍ଛା ଛୁଟୁଥିବାବେଳେ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଏବଂ ସଫଳତା ପାଇଁ ଶୁଭକାମନା ପ୍ରଦାନ କରା ଯାଇଛି।ବାରିପଦା ସ୍ଥିତ ପ୍ରଫୁଲ୍ଲ ନଗର ର ବାସିନ୍ଦା କପିଳେନ୍ଦ୍ର ସିଂ’ଙ୍କ ପୁତ୍ର ମନୋରଞ୍ଜନ ସିଂ, ସେ ବର୍ତ୍ତମାନ ଆଇଆଇଟି ଭୂବନେଶ୍ବର ରେ କାର୍ଯ୍ୟରତ ଥିବାବେଳେ ପୂର୍ବରୁ ନିଜ ମାତୃଭାଷା ଆଦିବାସୀ ମୁଣ୍ଡା ଭାଷାର ବହୁ ମ୍ୟୁଜିକ ଆଲବମ୍ ରେ ମୁଖ୍ୟ କଳାକାର ଭାବେ କାର୍ଯ୍ୟ କରିଛନ୍ତି। ସେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସମୟରେ ସାଂସ୍କୃତିକ କ୍ଷେତ୍ରରେ ଅନେକ ବାର ପୁରସ୍କୃତ ହୋଇଥିବାବେଳେ ଜାତୀୟ ସ୍ତରରେ ମୟୁରଭଞ୍ଜ ର କଳା କୁ ପ୍ରତିନିଧିତ୍ବ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ