ରାଇରଙ୍ଗପୁରରେ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମଦିନ ଧୂମଧାମରେ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସତ୍ୟସାଇ ବିହାର ପରିସରରେ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ବୁଧବାର ଦିନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସମିତି ତରଫରୁ ପ୍ରାତଃ ୫ ଘଂଟା ସମୟରେ ଔଂକାର ସୁପ୍ରଭାତମଂ ,୭.୩୦ ଟା ସମୟରେ ଦିଵ୍ଯ ପ୍ରଶାନ୍ତି ପତାକା ଉତ୍ତୋଳନ,ପରେ ଷୋଡ଼ଷ ଉପଚାର ପୂଜାର୍ଚ୍ଚନା,୯ଟାରେ ସୁସଜ୍ଜିତ ରଥରେ ବାବାଙ୍କ ଫଟୋଚିତ୍ର ରଖାଯାଇ ନଗର ସଂକୀର୍ତ୍ତନ ,ପରେ ଶତନାମାବଳି ସହ ହୋମ ଯଜ୍ଞ ଆୟୋଜିତ ହୋଇଥିଲା ।ଦିନତମାମ ପୂଜାର୍ଚ୍ଚନା,ଭଜନ କୀର୍ତ୍ତନ ଶ୍ରଦ୍ଧାଳୁଙ୍କ ଦ୍ବାରା ହୋଇଥିଲା ।ପରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଅପରାହ୍ନରେ ବାବାଙ୍କ ଲୀଳା ଓ ବାଣୀ ସମ୍ବନ୍ଧୀୟ ଅତିଥିଗଣ କହିଥିଲେ । ସଂଧ୍ୟାରେ ବାବାଙ୍କ ଜନ୍ମଦିନ ଉପଲକ୍ଷେ ଶ୍ରଦ୍ଧାଳୁମାନେ କେକ୍ କାଟି ପରସ୍ପରକୁ ବାଣ୍ଟିଥିଲେ ।ପରେ ଭଜନ ଓ ଆଳତୀ ସରିବାପରେ ବାବାଙ୍କ ଆଶୀର୍ବାଦ ନେଇ ସମସ୍ତେ ଘରକୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ