ବନ୍ତ ବ୍ଲକରେ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର: ଆସିଲା ୬୬ ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ୬୬ ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ ସରକାରୀ ଜମି ଜବରଦଖଲ, ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କୀତ ବିଭିନ୍ନ ଅଭିଯୋଗ ଆସିଥିଲା । ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଉପଜିଲାପାଳ ମନୋଜ ପାତ୍ର, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରିତିମୟ, ସହକାରୀ ଜିଲାପାଳ ବସନ୍ତ କୁମାର ଲେଙ୍କା, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଡି.ପି.ଓ ବଂଶୀଧର ସିଂ, ଡି.ଏଫ.ଓ ମାନସ ରଞ୍ଜନ ସାହୁ, ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନା, ଏ.ଡି.ଏମ୍‌.ଓ ସନ୍ତୋଷ କୁମାର ପୃଷ୍ଟି, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ତହସିଲଦାର ଅଙ୍କିତା ବାରିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟୀତ୍ୱ ଲିସାରାଣୀ ରାଉତ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ