ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟରେ ଆଜି ଏକ ହତ୍ୟା ମାମଲାର ଶୁଣାଣୀ ହୋଇଛି । ଗତ ୨୦୧୯ ମସିହା ଜୁନ୍ ମାସ ୧୬ ତାରିଖରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ହାଇସ୍କୁଲ ନିକଟରେ ଥିବା ଏକ ପାନ ଦୋକାନ ନିକଟରେ ଘଟିଥିବା ଏକ ହତ୍ୟା ଘଟଣାରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଞ୍ଜନ ଦାଶ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବା ନିମନ୍ତେ ଆଦେଶ ଜାରି କରିଛନ୍ତି । ସୂଚନା ଅନୁଯାୟୀ ଗତ ୨୦୧୯ ମସିହା ଜୁନ୍ ମାସ ୧୬ ତାରିଖରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ହାଇସ୍କୁଲ ନିକଟରେ ଥିବା ଏକ ପାନ ଦୋକାନ ନିକଟରେ ବସିଥିବା ଏମ୍‌. ଶିବ ଶଙ୍କର ଦୋରାଙ୍କୁ ପୂର୍ବ ଶତୃତା ବା କୌଣସି କାରଣରୁ ଗୋଠିଆଳ ଗ୍ରାମର ଇ. ଜିତେନ୍ଦ୍ର ରେଡ୍ଡୀ ଏକ ଧାରୁଆ କାତିରେ ଆକ୍ରମଣ କରି ହତ୍ୟା କରିଥିଲେ । ଏନେଇ ମୃତ ଏମ. ଶିବ ଶଙ୍କରଙ୍କ ଭାଇ ଏମ୍‌. ଦିନବନ୍ଧୁ ଦୋରା ପୁରୁଷୋତ୍ତମପୁର ଥାନାରେ ଏତାଲା ଦେଇଥିଲେ । ଏତାଲାକୁ ଭିତ୍ତି କରି ତତ୍କାଳୀନ ତଦନ୍ତକାରୀ ଅଧିକାରୀ ୨୦୧୯ ମସିହା ଜୁନ୍ ମାସ ୧୮ ତାରିଖରେ ଅଭିଯୁକ୍ତ ଇ. ଜିତେନ୍ଦ୍ରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ । ଏନେଇ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଏସଟି ୧୬୬/୨୦୧୯ ରେ ମାମଲା ଚାଲିଥିବା ବେଳେ ଆଜି ଏହାର ଚୁଡାନ୍ତ ରାୟ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ରଶ୍ମି ରେଖା ଦେଓ ମାମଲାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ