ଅର୍କମଣ୍ଡଳ ପାଲାଗାୟକ ବାର୍ଷିକ ସମ୍ମିଳନୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦ ଉପଶାଖା ଅର୍କମଣ୍ଡଳ ପାଲାଗାୟକ ପରିଷଦର ୩୨ ତମ ବାର୍ଷିକ ସମ୍ମିଳନୀ କୋଣାର୍କ ନିକଟସ୍ଥ ସଂସ୍କୃତି ସମ୍ପନ୍ନ ପଲ୍ଲୀ ବାମରା ର ଶାନ୍ତିବଟ ଗୁରୁକୁଳ ଆଶ୍ରମ ର ଅଧିଷ୍ଠିତ ଦେବତା ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଅଛି । ମଣ୍ଡଳର ସଭାପତି ଗାୟକ ଲଳିତ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ,ମୁଖ୍ୟ ବକ୍ତା ଭାବରେ ରାଜ୍ୟ ପାଲା ଗାୟକ ପରିଷଦ ସାଧାରଣ ସଂପାଦକ ଗାୟକ ଆନନ୍ଦ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପାଲା ଗାୟକ ପରିଷଦର ସାଂସ୍କୃତିକ ସମ୍ପାଦକ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ, ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦ ସଂପାଦକ ଗାୟକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ , ମଣ୍ଡଳ ଟ୍ରଷ୍ଟ ଅଧ୍ୟକ୍ଷ ଗାୟକ ପ୍ରଫୁଲ୍ଲ କୁମାର ରାଉତ, ଗାୟକ ପଣ୍ଡିତ ଶରତ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦାନ କରି ଶାସ୍ତ୍ରୀୟ ନାଟକ ପାଲା ସମ୍ପର୍କିତ ସୁନ୍ଦର ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ସାହିତ୍ୟ ସଭାକୁ ପରିଚାଳନା କରିଥିଲେ ସଂପାଦକ ଗାୟକ ମଂଗରାଜ ବିଶ୍ଵାଳ । ପ୍ରଥମ ସ୍ତବକରେ ଆୟୋଜିତ ସାଙ୍ଗଠନିକ ସଭାରେ ଉପସ୍ଥିତ ଥିବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ପାଲାକଳାକାର ନିଜସ୍ଵ ମତ ଉପସ୍ଥାପନ କରିଥିଲେ । କଳାକାର ମାନଙ୍କର ବିପର୍ଯ୍ୟୟରେ ମୁକାବିଲା କରିବା ପାଇଁ ଗଠନ କରାଯାଇଥିବା ଟ୍ରଷ୍ଟ ଫଣ୍ଡ ର ନୂତନ ଅଧ୍ୟକ୍ଷ ଭାରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ରାଉତ ମନୋନୀତ ହୋଇଥିଲେ ।ଗାୟିକା ମଞ୍ଜୁଲତା ଦଳାଇ ମଙ୍ଗଳାଚରଣ ପାଠ କରିଥିବାବେଳେ ସହସଂପାଦକ ଅଜୟ କୁମାର ଦୀକ୍ଷିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗାୟକ ଚନ୍ଦନ ଉପେନ୍ଦ୍ର ସ୍ୱାଇଁ, ବସନ୍ତ କୁମାର ମଂଗରାଜ୍ , ଦିଲ୍ଲୀପ କୁମାର ରାଉତ , ମାୟାଧର ପ୍ରଧାନ, ଚନ୍ଦ୍ରଶେଖର ପଣ୍ଡା , ଗାୟିକା ସଂଘମିତ୍ରା ବରାଳ , ଜମ୍ବେଶ୍ଵର ଓଝା ଓ ମଣ୍ଡଳର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପାଲା ପରିବେଷଣ କରିଥିଲେ ଗାୟକ ମଞ୍ଜୁଳ ତ୍ରିଲୋଚନ ନାୟକ ଓ ଗାୟିକା ବୀଣାପାଣି ବାରିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ