କେନ୍ଦ୍ରାପଡା କଲେଜ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ- ୨୦୨୨ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମେଜର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟବକ୍ତା, ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ବିନ୍ଦୁମିତ୍ର ବଳ, କର୍ଣ୍ଣେଲ ଚକ୍ରଧର ସାହୁ, ମେଜର ଡଃ. ପୀତବାସ ମହାନ୍ତି, ମେଜର ଜ୍ୟୋସ୍ନାମୟୀ ସାହୁ, ସାମାଜିକ କର୍ମୀ ଅଭିମନ୍ୟୁ ଦାସ ଯୋଗଦେଇଥିଲେ । ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ବିବରଣୀ ପାଠ କରିଥିଲେ । ଅତିଥିମାନେ ବକ୍ତବ୍ୟରେ ସମର ଶିକ୍ଷାର୍ଥୀ ବାହିନୀର ଦେଶ ଗଠନରେ ଭୂମିକା କିଭଳି ଭାବେ ଅତୁଳନୀୟ ଏବଂ ସେମାନେ କିପରି ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତା ଏବଂ ଜଣେ ସମର ଶିକ୍ଷାର୍ଥୀ କେବେ ହେଲେ ଦେଶ ଗଠନରୁ ପଛକୁ ହଟେନାହିଁ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିଯୋଗୁଁ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ପ୍ରତ୍ୟେକ ବର୍ଷର ଏନ.ସି.ସି. କ୍ୟାଡେଟ ମାନଙ୍କୁ ଏକାଠି କରି ବିଭିନ୍ନ ପ୍ରକାରର ସାମାଜିକ କର୍ମ ଯଥା ବୃକ୍ଷରୋପଣ, ଅସହାୟଙ୍କୁ ସାହାଯ୍ୟ ସହଯୋଗ, ରକ୍ତଦାନ ଶିବିର ପ୍ରଭୃତି ମହତ୍ତ କାର୍ଯ୍ୟ କରି ଆସୁଛି । ଏହି ପରିପ୍ରେକ୍ଷୀରେ ଆସୋସିଏସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତିଭାମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ନାଚ, ଗୀତ, ଚିତ୍ରାଙ୍କନ ଓ ଏକକ ଅଭିନୟ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମାଇଁ ଏନ.ସି.ସି. ଆଦର୍ଶ ସେବକ ଭାବରେ ଦିବାକର ମଲ୍ଲିକଙ୍କୁ, ମାଇଁ ଏନ.ସି.ସି. ସମ୍ପର୍କ ସମ୍ମାନରେ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଚିତ୍ତରଞ୍ଜନ ଦାସ, ସୁବ୍ରତ କୁମାର ସାମଲ, ଜଗନ୍ନାଥ ଧଳ, ମନୋଜ କୁମାର ସ୍ୱାଇଁ, ଜୀବନ କୁମାର ସିଂ, ଲକ୍ଷ୍ମୀକାନ୍ତ ନାୟକ, ସୁଶାନ୍ତ ନାୟକ ପ୍ରମୁଖ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଅଭିମନ୍ୟୁ ଦାସ, ସବିତା ବେହେରା, ଲଲିତ ରାଏ, ପ୍ୟାରିଜାତମ୍ ଫାଉନଣ୍ଡେସନ, କଟକ ସେବା ଫାଉଣ୍ଡେସନ, କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛ, କୃତଜ୍ଞତା ମାନପତ୍ର ଜ୍ଞାପନ କରାଯାଇ ମାଇଁ ଏନ.ସି.ସି. ସମର୍ଥ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ସଦସ୍ୟ/ସଦସ୍ୟା ଗାଙ୍ଗେୟ ବିଶ୍ୱାଳ, ଦେବୀପ୍ରସନ୍ନ ଜେନା, ଶ୍ରୀକାନ୍ତ ପୋଥାଲ, କିଶୋର କୁମାର ନାୟକ, ଅନୁପ କୁମାର ରାଉତ, ଏମଡି. ରିଆଜଉଦ୍ଦିନ ଅହମଦ, ଦେବପ୍ରଶନ୍ନ ସ୍ୱାଇଁ, ସୌମ୍ୟଶ୍ରୀ ଦାସ ପ୍ରମୁଖଙ୍କୁ ମାଇଁ ଏନସିସି ପ୍ରଗତିଶୀଳ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକ ବର୍ଷଭଳି ଚଳିତ ବର୍ଷ ଏନସିସି କ୍ୟାଡେଟମାନଙ୍କ ମଧ୍ୟରେ ରାଜଲକ୍ଷ୍ମୀ ଦାସ ସର୍ବୋଚ୍ଚ ନମ୍ବର ରଖିଥିବାରୁ ତାଙ୍କୁ ଡଃ. ପ୍ରଭାସିନି ମହାପାତ୍ର ସ୍ମୃତି ଟ୍ରଫି ଏବଂ କେନ୍ଦ୍ରାପଡା ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ମାଇଁ ଏନସିସି ଆଲୁମିନି ଆସୋସିଏସନର ଉପସ୍ଥିତ ସଦସ୍ୟ/ସଦସ୍ୟାମାନଙ୍କୁ ଓ ବର୍ତ୍ତମାନର ବାଳକ ଓ ବାଳିକା ବିଭାଗ ଏନ.ସି.ସି. କ୍ୟାଡେଟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ