୨ୟ ପର୍ଯ୍ୟାୟ ଆପଦମିତ୍ର ତାଲିମ ଶିବିର ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗସ୍ଥିତ ଧବଳେଶ୍ୱର ମହିଳା ମହାସଂଘ ଜୀବିକା ତାଲିମ କେନ୍ଦ୍ର ଠାରେ ଜିଲା ସ୍ତରୀୟ ୨ୟ ପର୍ଯ୍ୟାୟ ଆପଦମିତ୍ର ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହାୟତା ଏବଂ ଭଦ୍ରକ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆୟୋଜନରେ ଅନୁଷ୍ଠିତ ତାଲିମ ଶିବିରକୁ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଉଦ୍‌ଘାଟନ କରି ଆପଦମିତ୍ର ସ୍ୱେଚ୍ଛାସେବୀ ଗ୍ରାମାଞ୍ଚଳର ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ସରକାରଙ୍କ ଜିରୋ କାଜୁଆଲିଟି ନୀତିକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲା ବିପର୍ଯ୍ୟୟ ପରିଚାଳନା ସଂଯୋଜକ ଅମ୍ଳାନ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଜିଲା ଜରୁରୀ ଅଧିକାରିଣୀ ମନୋରମା ଜାଲି ଯୋଗ ଦେଇ ଆପଦ ମିତ୍ର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବେ କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଯୋଗ ଦେଇଥିଲେ । ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ଶିବିର ଚାଲିବ । ଏଥିରେ ଓଡ୍ରାଫ, ସିଭିଲ ଡିଫେନ୍ସ ଓ ଅଗ୍ନିଶମ ବିଭାଗର ଦକ୍ଷ ତାଲିମଦାତା ମାନେ ତାଲିମ ପ୍ରଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ