ଦୁର୍ଗା କଷ୍ଟ୍ରକସନ୍ର ଗୁମର ଫିଟିଲା,ତହସିଲ୍ କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ଲୋକେ
ଘଟଗାଁ-(ଯୁଗାଦ୍ଦନ୍ୟୁଜ) ଘଟଗାଁ ବ୍ଲକ୍ ଅନ୍ତର୍ଗତ ଖଂଟଘର ପଂଚାୟତ ନିକଟବର୍ତି ଟମକିଆ ସାହି ନିକଟରେ ଦୁର୍ଗା କନଷ୍ଟ୍ରକସନ୍ ନାମକ କମ୍ପାନୀ ୨୦୦ ଟିପିଏଚ୍ ଷ୍ଟନ୍ କ୍ରସର ବିନା ସ୍ଥାୟୀ ଲିଜ୍ ଓ ଅସ୍ଥାୟୀ ପରମିଟ୍ ଅର୍ଡରରେ ସବୁ ସରକାରୀ ନିୟମକୁ ବେଖାତିର କରି ବିଗତ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ କ୍ରସର ଚଲାଉଅଛି ବୋଲି ବିଗତ ଦିନରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ । ଯେପରିକି ଅନ୍ୟପକ୍ଷରେ ନିୟମ ଅନୁଯାୟୀ ୧୦ ମିଟର ପର୍ଯ୍ୟନ୍ତ ଗାତ ଖୋଳା ଯିବା କଥା କିନ୍ତୁ କମ୍ପାନୀ ସଂରକ୍ଷିତ ଜଂଗଲ ପାଶ୍ୱର୍ରେ ବହୁତ ବଡ ବଡ ଗାତ ଖୋଳି ପକାଉଛି ଫଳରେ ବନ୍ୟଜନ୍ତୁ ଓ ଗାଁର ଗାଇ, ବଳଦ ,ଛେଳି ଆଦି ଗାତରେ ପଡି ପ୍ରାଣ ହରାଉଥିବାର ନଜିର ରହିଛି । ନିୟନ ଅନୁସାରେ ଖଣି ଖନନ କରାଯାଇଥିବା ଗାତ ଗୁଡିକୁ ମାଟି ଭରଣ କରି ସମତଳ କରିବା କଥା କିନ୍ତୁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କମ୍ପାନୀ କରୁନଥିବା ଦେଖିବାକୁ ମିଳୁଛି । ତାସହିତ ଖଣିର ଚତୁର୍ପାଶ୍ୱରେ ୭ମିଟର ସୁରକ୍ଷା ଜୋନ ରହିବା କଥା କିନ୍ତୁ ତାହା ମଧ୍ୟ ନାହିଁ । ଯେଉଁଥିରେ ବଡ ଧରଣର ଦୁର୍ଘଟଣା ହେବାର ଆଶଂଙ୍କା ରହିଅଛି । ତେବେ ପ୍ରକୃତ ଘଟଣାର ଅନୁଧ୍ୟାନ କରିବାକୁ ଆମ ପ୍ରତିନିଧି ପ୍ରଥମେ ଦୁର୍ଗା କନଷ୍ଟ୍ରକସନ କମ୍ପାନୀ ଏବଂ ପରେ ଘଟଗାଁ ତହସିଲଦାରଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ତହସିଲଦାର ମହାଶୟ ସିଧାସଳଖ ଏ ସମ୍ପର୍କରେ କିଛି କହିବାକୁ ମନା କରିବା ସହିତ ବିରକ୍ତ ହୋଇ ଆମ ପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେ ଲେଖିକି ଦେବାପାଇଁ କହିଥିଲେ । ଅନ୍ୟପକ୍ଷରେ ଯେହେତୁ ବଡ ବଡ ଗାତ କରି ଖଣି କନନ କରାଯାଉଛି । ଯାହାକୁ ମାଟି ପକାଇ ଭରଣ କରିବା କଥା ତାହା ମଧ୍ୟ କରାଯାଉନି । ଫଳରେ ବନ୍ୟଜନ୍ତୁ, ସ୍ଥାନିୟ ପାଳିତ ପଶୁ ଇତ୍ୟାଦି ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଥିବା ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳିଥିଲା । ତେଣୁ ଘଟଣା ବାବଦରେ ଆମେ ଘଟଗାଁ ବନାଂଚଳ ଅଧିକାରୀ ଅଶୋକ କୁମାର ନାୟକଙ୍କୁ ପଚାରିବାରୁ ସେ ସିଧାସଳଖ ସବୁ ଦୋଷ ତହସିଲଦାରଙ୍କ ଉପରେ ଲଦିଦେବା ସହିତ ସେ ପଇସା ଖାଇ କ୍ରସର ଚାଲୁରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ଯାହାକୁ କିଛିଦିନ ତଳେ ଦୁର୍ଗା କମ୍ପାନୀର ପ୍ରକୃତ ଘଟଣା ଆମ ଖବର କାଗଜରେ ପ୍ରକାଶ ପାଇଥିଲା । ଫଳରେ ଆଜି ଘଟଗାଁ ଅଂଚଳର ଶତାଧିକ ଲୋକ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଘେରାଉ କରିବା ସହିତ ଘଟଗାଁ ଏସ୍.ଡି.ପି.ଓ ତ୍ରିନାଥ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଲିଖିତ ଅଭିଯୋଗ ପତ୍ର ବର୍ତମାନର ଅତିରିକ୍ତ ତହସିଲଦାର ସାଗର ଚନ୍ଦ୍ର ମୁର୍ମୁଙ୍କୁ ହାତାହାତି ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ତହସିଲଦାର ମହାଶୟ ଶଭିଯୋଗକୁ ଗ୍ରହଣ କରିବା ସହିତ ଆଗାମୀ ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିସୃତି ଦେଇଥିଲେ ।